ରାୟଗଡ: ଦୀର୍ଘ ୫୮ବର୍ଷ ଧରି ଗୃୃହରକ୍ଷୀମାନେ ସରକାରଙ୍କ ଶୃଙ୍ଖଳିତ ବିଭାଗରେ ନିୟୋଜିତ ହୋଇ ଘରୋଇକରଣ କାର୍ଯ୍ୟ ଠାରୁ ଆରମ୍ଭ କରି ଆଇନଶୃଙ୍ଖଳା ପରିସ୍ଥିତି ସହ ଟ୍ରାଫିକ ନିୟନ୍ତ୍ରଣ, ଜନସମାଗମ ଆଦି କାଯ୍ୟରେ ନିଜ ପାରିଶ୍ରମିକ ଦେଇ ସହାୟତା କରି ଆସୁଛନ୍ତି । ତଥାପି ସରାକର ଆଜିର ଦରଦାମ ବୃଦ୍ଧି କାଳରେ ସେମାନଙ୍କ ମାସିକ ଦରମା ବୃଦ୍ଧି କ୍ଷେତ୍ରରେ କୈାଣସି ତ୍ୱାରାନ୍ନିତ ପ୍ରକ୍ରିୟା କରୁ ନ ଥିବାରୁ ସରକାର ଯଥାଶୀଘ୍ର ବର୍ଦ୍ଧିତ ଦରମା ପ୍ରଦାନ କରନ୍ତୁ ବୋଲି କହିଛନ୍ତି ରାୟଗଡ ଜିଲ୍ଳା ଗୃହରକ୍ଷୀମାନେ ।
ରାୟଗଡ ଜିଲ୍ଳାରେ ୩୧୪ଜଣ ହୋମଗାର୍ଡ କାର୍ଯ୍ୟରତ ରହିଥିବା ବେଳେ ରାୟଗଡ ସହରରେ ହିଁ ୯୨ଜଣ ହୋମଗାର୍ଡ ପୋଲିସ ପ୍ରଶାସନର ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଗୃହରକ୍ଷୀଙ୍କୁ ଦୈନିକ ୫ଶହ ଟଙ୍କା ବର୍ଦ୍ଧିତ ଦରମା ଗତ ଜାନୁୟାରୀରୁ ପିଛିଲା ଭାବେ ଲାଗୁ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ରହିଥିବା ସ୍ୱତେ ସରକାର ଏଥିପ୍ରତି ଦୃ୍ଷ୍ଟି ଦେଉ ନ ଥିବା ବେଳେ ଆଜକୁ ୧୨ ମାସ ବିତିଯାଇଥିଲେ ମଧ୍ୟ ନିର୍ଦ୍ଦେଶାନାମାର କାର୍ଯ୍ୟକାରିତାକୁ ଆଶା କରି ସ୍ୱଳ୍ପ ଦରମାରେ ପରିବାର ଭରଣପୋଷଣ କରିବା ଅତି କଷ୍ଟକର ହୋଇ ପଡିଛି ତେଣୁ ରାଜ୍ୟ ସରକାର ଗୃହରକ୍ଷୀ ଦିବସ ଠାରୁ ବର୍ଦ୍ଧିତ ଦରମା ପ୍ରଦାନ କରନ୍ତୁ ବୋଲି ରାୟଗଡ ଜିଲ୍ଳାରେ କାର୍ଯ୍ୟରତ ଗୃହରକ୍ଷୀମାନେ ଦିବସ ପାଳନ ଅବସରରେ ପ୍ରକାଶ କରିଛନ୍ତି ।
ପ୍ରକାଶ ଥାଉ କି, ରାଜ୍ୟରେ କାର୍ଯ୍ୟରତ ଗୃହରକ୍ଷୀମାନଙ୍କ ଦରମା ବୃଦ୍ଧି କ୍ଷେତ୍ରରେ ଗତ ୨୦୧୫ ମାର୍ଚ୍ଚ ୧୧ ତାରିଖରେ ମାନ୍ୟବର ସୁପ୍ରିମକୋର୍ଟ ଗୃହରକ୍ଷୀମାନଙ୍କ ଦରମା ବୃଦ୍ଧି ନେଇ ଦେଇଥିବା ନିର୍ଦ୍ଦେଶାନାମା ପ୍ରକାରେ ରାଜ୍ୟ ସରକାର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଉଲ୍ଳେଖ ରହିଥିଲା । ଯାହାକୁ ନେଇ ରାଜ୍ୟର ସମସ୍ତ କାର୍ଯ୍ୟରତ ଗୃହରକ୍ଷୀ ଓ ତାଙ୍କ ପରିବାରମାନେ ଖୁସି ପ୍ରକଟ କରିଥିଲେ । ଗତ ୨୦୧୬ ନଭେମ୍ବର ୧୦ତାରିଖରେ ଗୃହରକ୍ଷୀ ମହାନିର୍ଦ୍ଦେଶକ ଗୃହରକ୍ଷୀଙ୍କ ଦରମା ବୃଦ୍ଧି କ୍ଷେତ୍ରରେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ତାହାକୁ କାର୍ଯ୍ୟକାରୀ କରାଯାଇ ନ ଥିବା ଗୃହରକ୍ଷୀମନେ କହିଛନ୍ତି । ସେହିପରି ପଡୋଶୀ ୮ଟି ରାଜ୍ୟରେ ସରକାର ଦରମା ବୃଦ୍ଧି କରିଥିବା ବେଳେ ଓଡିଶା ସରକାର ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରି ନ ଥିବାରୁ ଏହାକୁ ଚାଲେଂଜ କରି ଓଡିଶା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଗୃହରକ୍ଷୀମାନେ । ପିଟିସନକୁ ଦୃଷ୍ଟିରେ ରଖି ମାନ୍ୟବର ହାଇକୋର୍ଟ ମଧ୍ୟ ପୋଲିସର ସର୍ବନିମ୍ନ ଦରମା ସହ ଜଣେ ହୋମଗାର୍ଡଙ୍କ ଦରମା ସମାନ୍ତର କରାଯାଇ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ନେଇ ସପ୍ତମ ବେତନ କମିଶନଙ୍କ ସୁପାରିଶ ଅନୁଯାୟୀ ହୋମଗାର୍ଡଙ୍କ ଦରମା ବୃଦ୍ଧି କରିବା ପାଇଁ ଚଳିତ ବର୍ଷ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ନ ଥିବା ଜଣାପଡିଛି ।
ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in