ପଞ୍ଚାୟତରାଜ, ପ୍ରଦାନ ସଂସ୍ଥା ଏବଂ ବ୍ଲକ ପ୍ରଶାସନ ମଧ୍ୟରେ ସମନ୍ୱୟ କର୍ମଶାଳା

ଲାଞ୍ଜିଗଡ଼: ଲାଞ୍ଜିଗଡ ବ୍ଲକ କନଫରେନ୍ସ ହଲ ଠାରେ ପଞ୍ଚୟତରାଜ ପ୍ରତିନିଧି, ପ୍ରଦାନ ସଂସ୍ଥା ଏବଂ ବ୍ଲକ ପ୍ରଶାସନ ମଧ୍ୟରେ ଏକ ସମନ୍ୱୟ କର୍ମଶଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କୁ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷ ଇଂ ଫକୀର ମୋହନ ମାଝୀ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥିଭାବେ ସହକାରୀ ଯନ୍ତ୍ରୀ ରେଣୁକା ଠାକୁର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନୋହର ହରପାଳ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗଦୀଶ ବେନିଆ, କଦମଗୁଡା, ଚମ୍ପଦେଇପୁର, କାନକୁଟୁରୁ, ବନ୍ଧପାରୀ, ବେନଗାଁ, ମାଳିଯୁବଙ୍ଗ, ଲାଞ୍ଜି, ପଞ୍ଚାୟତର ସରପଞ୍ଚଙ୍କ ସହ ପ୍ରଦାନ ସଂସ୍ଥାର ଟିମ କୋଡିନେଟର ହୃଦାନନ୍ଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ମହାପାତ୍ର ପ୍ରଦାନ ସଂସ୍ଥା ଦ୍ଵାରା ଲାଞ୍ଜିଗଡ ବ୍ଲକରେ ଚାଲିଥିବା ବିଭିନ୍ନ କାର୍ଯ୍ୟ ତଥା ଜୀବନ ଜୀବିକା, ଚାଷ ପଦ୍ଧତି ଛେଳି, କୁକୁଡ଼ା, ପାଳନ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଲୋକଙ୍କୁ ସଚେତନତା ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ବ୍ଲକ ଇଂ ମାଝୀ ଏହି ପ୍ରୟାସ ଗୁଡିକ ପ୍ରସଂଶା କରିଥିଲେ। ପୂର୍ବତନ ବ୍ଲକ ଉପାଧ୍ୟାକ୍ଷ ଜଗଦୀଶ ବେନିଆଁ ମଧ୍ୟ ପ୍ରଦାନର ସହଯୋଗରେ ବ୍ଲକରେ ଚାଲିଥିବା କାର୍ଯ୍ୟକ୍ରମ ଗୁଡିକ ବିଷୟରେ ସମସ୍ତଙ୍କୁ ଅବଗତ କରାଇବା ସହ ଆଗାମୀ ଦିନ ଆହୁରି ମଧ୍ୟ ଭଲ କାର୍ଯ୍ୟକ୍ରମ ହାତକୁ ନେବାପାଇଁ ମତ ପ୍ରକାଶ କରିଥିଲେ। ସହକାରୀ ଯନ୍ତ୍ରୀ ସୁଶ୍ରୀ ଠାକୁର ଏମ ଜି ଏନ୍ ଆର୍ ଇ ଜି ଏ ରେ ଆଗକୁ ଆହୁରି ଲୋକମାନଙ୍କୁ ସଚେତନ ଏବଂ ସଂଗଠିତ କରାଯିବାପାଇଁ ପ୍ରଦାନ ସଂସ୍ଥା ର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ।


ମଧ୍ୟାହ୍ନରେ ସମସ୍ତ ଜନପ୍ରତିନିଧି କଦମଗୁଡ଼ା ଗ୍ରାମ ପଞ୍ଚାୟତରେ ଆଦର୍ଶ ଗ୍ରାମ ପୋଡାପଦର ପରିଦର୍ଶନରେ ଯାଇ ଗ୍ରାମ ବାସୀ ମାନଙ୍କ ସହ ଆଲୋଚନା କରିଥିଲେ। ତାପରେ ଗ୍ରାମ ପଞ୍ଚାୟତ ଦ୍ଵାରା ହୋଇଥିବା ୨ ହେକ୍ଟର ଗୁଡିଆରେ ୩୦ରୁ୪୦ ମଡେଲ ୧୦ ହେକ୍ଟର ଜମିରେ କାର୍ଯ୍ୟରତ ଥିଲା ୫% ମଡେଲ କାମ ଗୁଡିକୁ ଦେଖିଥିଲେ ଏବଂ ଗ୍ରାମବାସୀମାନଙ୍କ ସହ ଏହାର ସୁଫଳ ବିଷୟରେ ପଚାରିଥିଲେ। ଶ୍ରୀମତି କ୍ଷୀର ଶବର କହିଥିଲେ ଯେ ସେ ୫% ମଡେଲରୁ ଜଳସେଚନ କରି ନିଜର ୧ ଏକର ଜମିରେ ଧାନ ଚାଷ ଦେଉକ୍ଷଣ କରି ଲାଭ ପାଇପାରିଛନ୍ତି। ଗ୍ରାମବାସୀଙ୍କ ର ଏହିଭଳି କାର୍ଯ୍ୟକୁ ଜନପ୍ରତିନିଧି ମାନେ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମକୁ ପ୍ରଦାନ ସଂସ୍ଥାର ଆଲୋକ, ଅଙ୍କିତ ଓ ଦିବ୍ୟରଞ୍ଜନ, ପରିଚାଳନା ରେ ସହଯୋଗ କରିଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି କ୍ଷମାନିଧି ମହାକୁଡ (ମୁନ୍ନା)ଙ୍କ ସହ ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.