କର୍ଲାମୁଣ୍ଡା ବ୍ଲକ ବିଜୁ ଛାତ୍ର ଜନତା ଦଳର ପୂର୍ଣ୍ଣାଙ୍ଗ କମିଟି ଗଠିତ

କଳାହାଣ୍ଡି: କର୍ଲାମୁଣ୍ଡା ବ୍ଲକ ବିଜୁ ଛାତ୍ର ଜନତା ଦଳର ପୂର୍ଣ୍ଣାଙ୍ଗ କମିଟି ଗଠିତ ହୋଇଯାଇଛି। ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାପତିଙ୍କ ଅନୁମୋଦନ କ୍ରମେ କଳାହାଣ୍ଡି ବିଜୁ ଛାତ୍ର ଜନତା ଦଳ ସଭାପତି ଅଜିତ କୁମାର ସାହୁ କର୍ଲାମୁଣ୍ଡା ବ୍ଳକ କର୍ମକର୍ତା ନାମ ଘୋଷଣା କରିଛନ୍ତି। ପୂର୍ବରୁ ସଲିମ ଶେଖର ରଣା ବ୍ଳକ ସଭାପତି ଭାବେ ନିଯୁକ୍ତ ହୋଇଥିଲେ। ବର୍ତ୍ତମାନ ଉପସଭାପତି ଭାବେ ସୁଶାନ୍ତ ସାହୁ, ଆଦର୍ଶ କେଡିଆ, ଚିତରଂଜନ ସାହୁ, ବଂଟି ସେଠ ଓ ପ୍ରେମରଂଜନ ଗହୀର ମନୋହୀତ ହୋଇଛନ୍ତି। ସେହିପରି ଭାବେ ଜନ୍ମେଜୟ ରଣା, ତ୍ରିଲୋଚନ ସାହୁ,ବିକାଶ ସାହୁ, ଲିପୁନ ରଣା, ଜ୍ୟୋତିଷ ରଣା, ନାରାୟଣ ନାଗ, କିଶୋର ପଧାନ, ନିହାର ରଂଜନ ପଧାନ, ଭଜରାଜ ରଣା ଏବଂ ପପୁ ଦଣ୍ଡସେନା ଉପସଭାପତି ଭାବେ ନିଯୁକ୍ତି ପାଇଛନ୍ତି। ସଂପାଦକ ଭାବରେ ପ୍ରଶାନ୍ତ ବେହେରା, ଉମାକାନ୍ତ ଭୋଇ, ପ୍ରମୋଦ ଭୋଇ, ଉଦିତ ସାହୁ, ଟିଲୁ ଗହୀର, ଉତମ ରଣା, ପ୍ରକାଶ କୁମାର, ଶ୍ରବଣ ପୁଟା, ଆର୍ଯ୍ୟନ କୁମାର ଓ ବିଦ୍ୟୁତ ପ୍ରକାଶ ମିଶ୍ର ନିଯୁକ୍ତି ହୋଇଥିବାବେଳେ ସୋସିଆଲ ମିଡିଆ ଇନଚାର୍ଜ ଭାବରେ ରାଜେନ୍ଦ୍ର ନାରାୟଣ ସାହୁ ଓ ପିଙ୍କି ଛତ୍ରିଆଙ୍କୁ ମନୋନୀତ କରାଯାଇଥିବା ବ୍ଳକ ସଭାପତି ସଲିମ ଶେଖର ରଣା ସୂଚନା ଦେଇଛନ୍ତି।

କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.