ଭାରତ ବନ୍ଦକୁ ଲାଞ୍ଜିଗଡ଼ ଆଲୁମିନା ରିଫାଇନାରୀ ଲେବର ୟୁନିୟନର ସମର୍ଥନ

ଲାଞ୍ଜିଗଡ଼: କେନ୍ଦ୍ର ସରକାରଙ୍କ କୃଷି ନୀତିକୁ ବିରୋଧ କରି ସମସ୍ତ ଦେଶରେ ବନ୍ଦ ପାଳନ ଚାଲିଥିବା ବେଳେ ଲାଞ୍ଜିଗଡ଼ ଆଲୁମିନା ରିଫାଇନାରୀ ଲେବର ୟୁନିୟନ ଆନୁକୂଲ୍ୟରେ ପ୍ରତୀକାତ୍ମକ ଭାବରେ ବନ୍ଧ ପାଳନକୁ ସମର୍ଥନ ଜଣାଇ ଲାଞ୍ଜିଗଡ଼ର ଦୋକାନ ବଜାର ବନ୍ଦ ସହ ବିଭିନ୍ନ ରାସ୍ତା ଅବରୋଧ କରିଥିଲେ।

ଲାଞ୍ଜିଗଡ଼ ଆଲୁମିନା ରିଫାଇନାରୀ ଲେବର ୟୁନିୟନ ସଭାପତି ସଞ୍ଜୀବ କୁମାର ପେଶନିଆଙ୍କ ନେତୃତ୍ବରେ ଚାଲିଥିବା ବନ୍ଦ ପାଳନରେ ଚାଞ୍ଚେର ମାଝୀ, ସୁବାଷ ନାଏକ, ସୁମନ୍ତ ଦଳବେହେରା, ପ୍ରଦୀପ ମାଝୀ, ତରଣୀ ନାଏକ, ରାମଚନ୍ଦ୍ର ସିଂ, ବାଲି ମାଝୀ, କ୍ଷୀତ ହରିଜନ, ବଳଭଦ୍ର ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.