କଳାହାଣ୍ଡି: କୃଷିବିଲ ଉଚ୍ଛେଦ ଦାବୀରେ ଦିଆ ଯାଇଥିବା ଭାରତ ବନ୍ଦ ଡାକରା କର୍ଲାମୁଣ୍ଡା ବ୍ଲକରେ ସଫଳ ହୋଇଛି। ବ୍ଲକର ରିଷିଡା ଠାରେ ସିପିଆଇ (ଏମ) ସଂପାଦକ କମ୍ରେଡ୍ ଶତୃଘନ୍ ରଣାଙ୍କ ନେତୃତ୍ଵ ରେ ଡିୱାଇଏଫ୍ଆଇ ଜିଲ୍ଲା ସଂପାଦକ ଦୁର୍ଯ୍ୟୋଧନ ନାଗ, ମଦନ ରଣା, ନାରାୟଣ ମଲ୍ଲିକ, ସୁଜିତ୍ କୁମାର କେଡିଆ, ଫକୀର ଚରଣ ସାହୁ, ଉମାକାନ୍ତ ସେଠ, ସୁଶାନ୍ତ ରଣା ପ୍ରମୁଖ ଏକ ଶୋଭା ଯାତ୍ରାରେ ଆସି କୃଷି ବିଲ ପ୍ରତିହାର ପାଇଁ ସ୍ଲୋଗାନ ଦେଇଥିଲେ। ଦୋକାନ ବଜାର, କାର୍ଯ୍ୟାଳୟ ସବୁ ବନ୍ଦଥିଲା।
ସେହିପରି କର୍ଲାମୁଣ୍ଡା ବ୍ଲକ ଓ ଯୋରାଡବ୍ରା ଛକ ଠାରେ ମଧ୍ୟ ଭାରତ ବନ୍ଦ ସଫଳ ହୋଇଛି। ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ଥିବାବେଳେ ଦୋକାନ ବଜାର ଗୁଡ଼ିକ ମଧ୍ୟ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା।
କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in