ନିଖିଳ ଉତ୍କଳ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ ପକ୍ଷରୁ ଦିବଂଗତ ଡିଡବ୍ଳ୍ୟୁଓଙ୍କ ପାଇଁ ନୀରବ ପ୍ରାର୍ଥନା ଓ ସ୍ମୃତିସଭା

ରାୟଗଡ(ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳା ଶାଖା ନିଖିଳ ଉତ୍କଳ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ ତରଫରୁ ସ୍ଥାନୀୟ ଠକ୍କର ବାପା ଆଶ୍ରମ ପରିସରରେ ଆଜି ରାୟଗଡ ଜିଲ୍ଳାର ତତ୍କାଳୀନ ଜିଲ୍ଳା ମଙ୍ଗଳ ଅଧିକାରୀ( ଡିଡବ୍ଳ୍ୟୁଓ) ସ୍ୱର୍ଗତଃ ନନ୍ଦଲାଲ ବିଶ୍ୱାଳଙ୍କ ଅକାଳ ବିୟୋଗକୁ ନେଇ ନୀରବ ପ୍ରାର୍ଥନା ଓ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭା କାର୍ଯ୍ୟକ୍ରମରେ ରାଜ୍ୟ ସଂଘର ସଭାପତି ବିଶିକେସନ ବାଗ, ଉପଦେଷ୍ଠା ବିପିନ ବିଶ୍ୱାଳ ଓ ଉମାଶଙ୍କର ପଣ୍ଡା ଯୋଗ ଦେଇଥିବା ବେଳେ ଜିଲ୍ଳା ସଂଘର ସଭାପତି ମନୋଜ ଗମାଙ୍ଗ, କାର୍ଯ୍ୟକାରୀ ସଭାପତି ବାମନ ମୂର୍ତି, ଉପସଭାପତି ପ୍ରଦୀପ କୁମାର ଚୈାଧୁରୀ, ସାଧାରଣ ସଂପାଦକ ଟି.ବୋଦାମା ପ୍ରମୁଖ ଯୋଗ ଦେଇଥିବା ବେଳେ ରାୟଗଡ ଜିଲ୍ଳାର ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ, ଠକ୍କର ବାପା ଆଶ୍ରମର ପରିଚାଳକ ବିଚିତ୍ରାନନ୍ଦ ସାହୁ, ବିଭିଷଣ ଚିଂଚୁଆନ, ଜୟଲାଲ ନାୟକ, କବିତା ଜାଡି, କୃଷ୍ଣଚନ୍ଦ୍ର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ । ରାୟଗଡ ଜିଲ୍ଳାରେ ଏସଏସଡି ବିଭାଗରେ କାର୍ଯ୍ୟରତ ଶିକ୍ଷକଶିକ୍ଷୟତ୍ରୀମାନଙ୍କ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଗତ କିଛିଦିନ ତଳେ କରୋନାର ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ପୂର୍ବତନ ଜିଲ୍ଳା ମଙ୍ଗଳ ଅଧିକାରୀ ନନ୍ଦଲାଲ ବିଶ୍ୱାଳଙ୍କ ଅକାଳ ବିୟୋଗ ହୋଇଥିବାରୁ ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରି ସମସ୍ତଙ୍କ ଉପସ୍ଥିତିରେ ୨ମିନିଟ୍ ନୀରବ ପ୍ରାର୍ଥନା ସହ ସ୍ମୃତିଚାରଣ କରାଯାଇଥିଲା । ସ୍ୱର୍ଗତଃ ବିଶ୍ୱାଳଙ୍କ ଅକାଳ ବିୟୋଗ ସମୟରେ ତାଙ୍କ ପରିବାରଙ୍କୁ ସାହାସ ଓ ଧୈର୍ଯ୍ୟ ପ୍ରଦାନ ନିମନ୍ତେ ଭଗବାନଙ୍କ ନିକଟରେ ସମସ୍ତ ଶିକ୍ଷକମାନେ ପ୍ରାର୍ଥନା କରିଥିଲେ । ତତସଙ୍ଗେ ସଙ୍ଗେ ରାୟଗଡ ଜିଲ୍ଳାର ପଦ୍ମପୁର ବ୍ଳକରେ ମଧ୍ୟ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା । ସେହିପରି ଜିଲ୍ଳାର ୧୧ଟି ବ୍ଳକ ମଧ୍ୟରୁ ୧୦ଟି ବ୍ଳକରେ ମଧ୍ୟ ସ୍ମୃତିସଭା କରିବାକୁ ନିଷ୍ପତି ନିଆଯାଇଥିବା ନେଇ ଉପସଭାପତି ଶ୍ରୀ ଚୈାଧୁରୀ ସୂଚନା ପ୍ରଦାନ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.