କରୋନା କଟକଣା: ଫିକା ପଡ଼ିଲା ରେଣ୍ଡୋ ମାଝୀ ସହୀଦ ଦିବସ

କଳାହାଣ୍ଡି(ହେମନ୍ତ ସାହୁ): କଳାହାଣ୍ଡିର ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ରେଣ୍ଡୋ ମାଝୀ ଙ୍କ ସହୀଦ ଦିବସ ଡ଼ିସେମ୍ବର ୧୦ ତାରିଖରେ ମହାସମାରୋହରେ ସାରା ଦିନ ବ୍ୟାପୀ ପାଳନ କରାଯାଏ । ଆଦିବାସୀ ଅଧ୍ୟୁଷିତ ପଂଚାୟତ ଉର୍ଲାଦାନୀଠାରେ ଥିବା ସହୀର ସ୍ମତିପୀଠ ନିକଟରେ ରେଣ୍ଡୋ ମାଝୀ ସ୍ମୃତି କମିଟୀ ତରଫରୁ ଏକ ବିରାଟ ଜନସମାବେଶ ର ଆୟୋଜନ କରାଯାଇ ଆଦିବାସୀଙ୍କର ଏକ ଦିନିକିଆ କାର୍ଯ୍ୟକ୍ରମ ଚାଲିଥାଏ ।

Omkar Vasthu
Omkar Vasthu


ନେତା, ମନ୍ତ୍ରୀ, ଛାତ୍ରଛାତ୍ରଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା, ଢାପ ନାଚ, ଆଦିବାସୀ ନୃତ୍ୟ ଆଦିକୁ ନେଇ ସାରା ଦିନ ଚଳଚଂଚଳ ରହିଥାଏ ଉଲର୍ଦାନୀ ଅଂଚଳ । ଠିକ୍ ସେହିପରି ସହୀଦଙ୍କ ଜନ୍ମମାଟି କୁହାଯାଉଥିବା ଲୁବେନଗଡ଼ଠାରେ ମଧ୍ୟ ଏହି ସହୀଦ ଦିବସ ପାଳିତ ହୁଏ । ତେବେ ଚଳିତବର୍ଷ କରୋନା କଟକଣାକୁ ଦୃଷ୍ଟିରେ ରଖି ଏକ ଛୋଟ ଧରଣର ସଭା କରାଯିବ ବୋଲି ଉର୍ଲାଦାନୀ ସରପଂଚ ଗନ୍ଧର୍ବ ପୁଝାରୀ ପ୍ରକାଶ କରିଛନ୍ତି । ଏଥି ସହିତ ମ.ରାମପୁରଠାରେ ମଧ୍ୟ ଆଦିସ୍କନ୍ଦ ସମାଜ ତରଫରୁ ଏକ ଛୋଟ ଧରଣର ସହୀଦ ଦିବସ ପାଳନ କରାଯିବ ବୋଲି ଆଦିସ୍କନ୍ଦ ସମାଜ ତରଫରୁ ଧନସିଂ ମାଝୀ ସୂଚନା ପ୍ରଦାନ କରାଯାଇଛି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.