ସହିଦ ରେଣ୍ଡୋ ମାଝୀ ସ୍ମୃତି ପରିଷଦ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

କଳାହାଣ୍ଡି,(କ୍ଷମାନିଧି ମହାକୁଡ): ‘ସହିଦ ରେଣ୍ଡୋ ମାଝୀ ସ୍ମୃତି ପରିଷଦ’ ପକ୍ଷରୁ ଅମର ବୀର ସହିଦ ରେଣ୍ଡୋ ମାଝୀ ଏବଂ ଅନ୍ୟ ବୀର ସହିଦ୍ ମାନଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଭବାନୀପାଟଣା ରେଳ ଷ୍ଟେସନ ରାସ୍ତା ଡକ୍ଟର ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ପାର୍ଶ୍ଵରେ ଆୟୋଜିତ ଏହି ସମାରୋହରେ ଓଡିଶା ସରକାରଙ୍କ ଶକ୍ତି, ଶିଳ୍ପ ଓ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଡକ୍ଟର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ସହିଦ୍ ରେଣ୍ଡୋ ମାଝୀ ଓ ଅନ୍ୟ ସାଥି ସହିଦ୍ ମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ କ୍ୟାପଟେନ ମିଶ୍ର।


ସହିଦ୍ ରେଣ୍ଡୋ ମାଝୀ ସ୍ମୃତି ପରିଷଦର ସଭାପତି ତଥା ପୂର୍ବତନ ନଗରପାଳ ଆଦିତ୍ୟ ନନ୍ଦ ଓ ଆବାହକ ଅବିନାଶ ଠାକୁରଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବି ଗଙ୍ଗାଧର, ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଦୁର୍ଗା ମହାରଣା,

ଭବାନୀପାଟଣା ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶ୍ବମ୍ବର ମିଶ୍ର ପ୍ରମୁଖ ଯୋଗଦେଇଥିଲେ। ଯୁବନେତା ସତ୍ୟବାଦୀ ନାଏକ ପ୍ରାରମ୍ଭିକ ଭାଷଣ ଦେଇଥିବା ବେଳେ ଅତିଥିମାନେ ରେଣ୍ଡୋ ମାଝୀଙ୍କ ସମେତ କଳାହାଣ୍ଡିର ବୀର ପୁତ୍ରମାନଙ୍କ ସ୍ମୃତି ଚାରଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.