ରାୟଗଡ ଜିଲ୍ଳା ଆଇନସେବା ପ୍ରାଧିକରଣ ଦ୍ୱାରା ମାନବ ଅଧିକାର ଦିବସ ପାଳିତ

ରାୟଗଡ: ରାୟଗଡ ଜିଲ୍ଳା ଆଇନସେବା ପ୍ରାଧିକରଣ (ଡିଏଲଏସଏ)ଦ୍ୱାରା ଅନଲାଇନ ମାଧ୍ୟମରେ ମାନବ ଅଧିକାର ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାୟଗଡ ଜିଲ୍ଳା ଦୈାରା ଜଜ ତଥା ଡିଏଲଏସଏ ଅଧ୍ୟକ୍ଷ ଚିତରଂଚନ ଦାସ ଅଧ୍ୟକ୍ଷତା କରିଥିଲେ । ଅନ୍ୟ ପ୍ରମୁଖ ଅତିିଥିମାନଙ୍କ ମଧ୍ୟରେ ସ୍ଥାୟୀ ନିରନ୍ତର ଲୋକ ଅଦାଲତର ଜଜ ହିମାଂଶୁ ଶେଖର ବ୍ରହ୍ମା, ଅତିରିକ୍ତ ଜିଲ୍ଳା ଓ ଦୈାରାଜଜ ତିରଂଚନ ପାତ୍ର, ରେଜିଷ୍ଟ୍ରରର ଶ୍ରୀମତି ପ୍ରତିମା ପାତ୍ର, ବରିଷ୍ଠ ଦେୱାନୀ ବିଚାରପତି ତଥା ଡିଏଲଏସଏ ଭାରପ୍ରାପ୍ତ ସଂପାଦକ ଶ୍ରୀମତି ଶତରୂପା ଶତପଥି, ନ୍ୟାୟାଧିକାରୀ, ଗ୍ରାମ୍ୟ ନ୍ୟାୟାଳୟ ଶ୍ରୀମତି ସୁବାଷିନୀ ବେହେରା, ପ୍ରଥମ ଶ୍ରେଣୀ ବିଚାରପତି ଶୋଭନ କୁମାର ପଣ୍ଡାଙ୍କ ସମେତ ପେନାଲ ଓକିଲ, ଷ୍ଟୁଡେଂଟ ଲିଗାଲ ଲିଟେରେସି କ୍ଳବର ଛାତ୍ରଛାତ୍ରୀ ଓ ପାରା ଲିଗାଲ ଭଲ୍ୟୁଂଟର ପ୍ରମୁଖ ଉପସ୍ଥିତ ରହିଥିଲେ ।

ଡିଏଲଏସଏ ଅଧ୍ୟକ୍ଷ ଶ୍ରୀ ଦାସ ନିଜର ଅଭିଭାଷଣରେ ସମ୍ବିଧାନର ବିଭିନ୍ନ ଧାରାରେ ବର୍ଣ୍ଣିତ ଥିବା ମାନବ ଅଧିକାର ଓ କର୍ତବ୍ୟ ବିଷୟରେ ଆଲୋକପାତ କରିଥିଲେ । ସେହିପରି ଲୋକ ଅଦାଲତ ବିଚାରପତି ଶ୍ରୀ ବ୍ରହ୍ମା ମଧ୍ୟ ମାନବ ଅଧିକାର ଓ କର୍ତବ୍ୟ ଏକ ମୁଦ୍ରାର ଦୁଇଟି ପାଶ୍ୱର ବୋଲି କହିବା ସହ ଉପସ୍ଥିତ ଛାତ୍ରଛାତ୍ରୀମାନେ ନିଜ ଭିତରେ ଲୁକ୍କାୟିତ ଥିବା ପ୍ରତିଭାର ଅନ୍ୱେଷଣ କରି ତାର ପରିପ୍ରକାଶ କରିପାରିଲେ ଏକ ଆଦର୍ଶ ସମାଜ ଗଠନ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ସେହିପରି ଡିଏଲଏସଏ ଭାରପ୍ରାପ୍ତ ସଂପାଦକ ଶ୍ରୀମତି ଶତପଥୀ ଉପସ୍ଥିତ ଥିବା ଛାତ୍ରଛାତ୍ରୀମାନଙ୍କୁ ଡିଏଲଏସଏ’ର ଉତ୍ପତି ଏବଂ ତାର ମହତ୍ୱ ବିଷୟରେ ଧାରଣା ଦେବା ସହ ମାଗଣା ଆଇନ ସେବା ପାଇବା ପାଇଁ ଯୋଗ୍ୟ ହିତାଧିକାରୀମାନଙ୍କ ବିଷୟରେ ସୂଚନା ଦେଇଥିଲେ । ଅନ୍ୟ ଅତିଥିମାନେ ମଧ୍ୟ ସମ୍ବିଧାନିକ ଅଧିକାର, ମାନବ ଅଧିକାର ଦିବସ ପାଳନର ମହତ୍ୱ ଓ ଗୁରୁ୍‌ତ୍ୱ ଉପରେ ଆଲୋକପାତ କରାଇଥିଲେ ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.