କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ଉପସଭାପତି ଡାକେଶ୍ୱର ଲହଜଳଙ୍କ ପିତୃ ବିୟୋଗ

ଧର୍ମଗଡ: କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ଉପସଭାପତି ତଥା ‘ଯଦୁ ନିଉଜ୍ ନେସନ୍’ର ପରିଚାଳନା ନିର୍ଦ୍ଦେଶକ (ଏମଡି) ଡାକେଶ୍ୱର ଲହଜଳଙ୍କ ପିତା ବିଷ୍ଣୁ ପ୍ରସାଦ ଲହଜଲ ଆଜି ପରଲୋକ ଗମନ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା। ସେ କିଛି ଦିନ ତଳେ ପକ୍ଷାଘାତରେ ପଡି ବିଶାଖାପାଟଣାର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଘରକୁ ଫେରି ନିଜ ବାସ ଭବନରେ ଆଜି ସକାଳ ୭ ଘଣ୍ଟା ସମୟରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଧର୍ମପତ୍ନୀଙ୍କ ସମେତ ପୁତ୍ର ଡାକେଶ୍ଵର ଓ ପୁତ୍ର ବଧୂ ଉପସ୍ଥିତ ଥିଲେ। ସ୍ବର୍ଗତ ଲହଜଲ ଜଣେ ଧର୍ମପ୍ରାଣ ବ୍ୟକ୍ତି ଓ ବନ୍ଧୁ ବତ୍ସଳ ଥିଲେ। ତାଙ୍କ ବିୟୋଗରେ ଧର୍ମଗଡ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଧର୍ମଗଡ ଉପଖଣ୍ଡ ପ୍ରତିନିଧି ଲବଣୀ ରାଉତଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.