ମଦର ଟେରେସା ସେବାରତ୍ନ ସମ୍ମାନରେ ବିଭୂଷିତ ହେଲେ ସଂଗ୍ରାମ କେଶରୀ ସାମନ୍ତରାୟ

ଭୁବନେଶ୍ଵର: ଜାତୀୟ ମାନବିକ ଅଧିକାର ଦିବସ ପାଳନ ଅବସରରେ ମଦର ଟେରେସା ସେବାରତ୍ନ ସମ୍ମାନ – ୨୦୨୦ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମାନବିକ ଅଧିକାର ଏବଂ ପରିବେଶ ସୁରକ୍ଷା ସଂସ୍ଥା ଏବଂ ନିଶିଗନ୍ଧା ଭାଷା ପ୍ରତିଷ୍ଠାନର ସହଭାଗିତାରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ମାନବିକ ଅଧିକାର ଏବଂ ସାମଗ୍ରିକ ସମାଜସେବାକୁ ଆଧାର କରି ଏହି ସମ୍ମାନ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ପ୍ରତିବର୍ଷ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ସଂସ୍ଥାର ସଭାପତି ଏବଂ ମାର୍ଗଦର୍ଶକ ପ୍ରକାଶ କରିଛନ୍ତି।


ଓଡ଼ିଶାରେ ସେବା, ପରିବେଶ ସୁରକ୍ଷା ଏବଂ ମାନବିକ ଅଧିକାର, ମାନବିକ ମୂଲ୍ୟବୋଧ ଆଦି ପ୍ରସଙ୍ଗକୁ ନେଇ ସଂଗ୍ରାମ କେଶରୀ ସାମନ୍ତରାୟଙ୍କୁ ୨୦୨୦ ବର୍ଷ ପାଇଁ ମଦର ଟେରେସା ସେବାରତ୍ନ ସମ୍ମାନ ପ୍ରଦାନ କରାଯାଇଛି। ଶ୍ରୀଯୁକ୍ତ ସାମନ୍ତରାୟଙ୍କ ଦୀର୍ଘ ବର୍ଷର ସମାଜସେବା ଏବଂ ମାନବିକ ଅଧିକାର ସମ୍ପର୍କିତ କର୍ମଶାଳାରେ ଅନେକ ଥର ସୁଚିନ୍ତିତ ମତାମତ ଏହି ସମ୍ମାନର ଶ୍ରେଷ୍ଠ ଆଧାର ଥିଲା।


ଅନେକ ଥର ମାନବ ଅଧିକାର କର୍ମଶାଳାରେ ସାରଗର୍ଭକ ବିଶ୍ଳେଷଣ କରି ସେ ପ୍ରଶଂସିତ ହୋଇଛନ୍ତି। ଶ୍ରୀଯୁକ୍ତ ସାମନ୍ତରାୟ ଓଡ଼ିଶା ଅର୍ଥ ସେବାର ବରିଷ୍ଠ ଅଧିକାରୀ ରୂପେ କାର୍ଯ୍ୟରତ। ବର୍ତମାନ ସେ ଓୟୁଏଟି ଭୁବନେଶ୍ବରରେ କାର୍ଯ୍ୟରତ ଅଛନ୍ତି। ଆଗାମୀ ଦିନରେ ମାନବିକ ଅଧିକାର ସମ୍ପର୍କିତ ସବୁ ପ୍ରକରଣରେ ଗଠନ ମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ ବୋଲି ସେ ସୂଚନା ଦେଇଛନ୍ତି। ଏହି ସମ୍ମାନ ସମାଜ ସେବା ଭାବନାକୁ ନୂତନ ଦିଶା ପ୍ରଦାନ କରିବ ବୋଲି ଶ୍ରୀଯୁକ୍ତ ସାମନ୍ତରାୟ ମତବ୍ୟକ୍ତ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.