ଆମ୍ବେଦକର ଲିଗାଲ ଆଓ୍ବାରନେସ ଫୋରମର ସାଧାରଣ ସଭା

କଳାହାଣ୍ଡି: ଭବାନୀପାଟଣା ସ୍ଥିତ ଆମ୍ବେଦକର ଲିଗାଲ ଆଓ୍ବାରନେସ ଫୋରମର ଏକ ସଭା ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡିଶା ସରକାରଙ୍କ ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଯୋଗ ଦେଇଥିଲେ।

ଫୋରମର ଆବାହକ ସୁଧୀର ପଟ୍ଟନାୟକ ଓ କାର୍ଯ୍ୟକାରୀ ସଭାପତି ଶ୍ରୀ ଯଶୋବନ୍ତ ନାଏକଙ୍କ ଅନୁରୋଧ ମୁତାବକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ଥିବା ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିର ସୌନ୍ଦର୍ଯ୍ୟକରଣ ପାଇଁ ସେ ତୁରନ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ। ଏହାସହ ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ସମ୍ମାନ ଓ ଗୌରବ ଦିନକୁ ଦିନ କିପରି ବଢିଚାଲିଛି ସେନେଇ ତାଙ୍କ ଅଭିଭାଷଣରେ ଆଲୋକପାତ କରିଥିଲେ ମାନ୍ୟବର ଶକ୍ତି ମନ୍ତ୍ରୀ।

ଫୋରମର କାର୍ଯ୍ୟକାରୀ ସଭାପତି ଯଶୋବନ୍ତ ନାଏକ ସଭାକାର୍ଯ୍ୟ ପରିଚାଳନା କରିବାସହ ଉପସ୍ଥିତ ଫୋରମର ଆଇନଜୀବୀ ଓ ଜନସାଧାରଣଙ୍କୁ ସାମାଜିକ ଏକତା ଓ ପ୍ରତିବଦ୍ଧତା ଉପରେ ସଂକ୍ଷେପରେ କହିଥିଲେ।

ଆବାହକ ସୁଧୀର ପଟ୍ଟନାୟକ ମାନ୍ୟବର ମନ୍ତ୍ରୀଙ୍କ ପ୍ରତିଶୃତି ଓ କାର୍ଯ୍ୟ ଦକ୍ଷତା କିପରି କଳାହାଣ୍ଡିରେ ପ୍ରଶଂସନୀୟ ହୋଇପାରିଛି ସେନେଇ ଅଭିଭାଷଣ ପ୍ରଦାନ କରିଥିଲେ। ଅନେକ ଆମ୍ବେଦକର ପ୍ରେମୀ ଓ ଜନସାଧାରଣଙ୍କ ଉପସ୍ଥିତି ଓ ଅନୁରୋଧ ରକ୍ଷା କରି ମାନ୍ୟବର ମନ୍ତ୍ରୀ କ୍ୟାପଟେନ ମିଶ୍ର ସମୟ ଦେଇଥିବାରୁ ଆବାହକ ଶ୍ରୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ଉକ୍ତ ସଭାରେ ଫୋରମର ଆଇନଜୀବୀ ସୂର୍ଯ୍ୟ କୁମାର, ପ୍ରଶାନ୍ତ ବାରିକ, ଧର୍ମେନ୍ଦ୍ର ନାଏକ, ଶୁଭ୍ରାଂସୁ ଶେଖର ସାହୁ, ଅବକାଶ ବାଗ, କୀର୍ତନ ନାଏକ ଯାଦବ, ମନୋଜ ତାଣ୍ଡି, ଜୟ ରାମ ଶବର, ମାଧବ ଗମାଙ୍ଗୋ, କୃତିବାସ ମୁଣ୍ଡ, ମାନସ ମହାନ୍ତି, ଭବାନୀ ସାହୁ, ରାଜ୍ୟ ଏସସି ଫେଡେରେସନର ସତ୍ୟବାଦୀ ନାଏକ, ସମାଜସେବୀ ପ୍ରଶାନ୍ତ ନାଏକ, ନାଦରାଜ ନାଏକ, ନନ୍ଦନାଏକ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.