କୁପୋଷଣ ରୋକିବା ନେଇ ସଚେତନତା ରଥ ଶୁଭାରମ୍ଭ

ରାମନାଗୁଡା: ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ପରିସରରେ ଅଲିଭା ମହାସଂଘ ପକ୍ଷରୁ କୁପୋଷଣ ରୋକିବା ନେଇ ଖାଦ୍ୟ ସୁରକ୍ଷା ଅଭିଯାନ-୨୦୨୦ ରଥ ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ରଜନୀ ମାଣ୍ଡଙ୍ଗି, ରାମନାଗୁଡା ବିଡ଼ିଓ ବେଣୁଧର ଶବର, ସିଡିପିଓ ଶାନ୍ତିଲତା ରଥ, ସୁପରଭାଇଜର ସୁବୁଦ୍ଧି ଶବର, ପଦ୍ମନି କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ। ଏହି ସଚେତନତା ରଥ ୭ଦିନ ଧରି ୧୨ଗୋଟି ପଞ୍ଚାୟତର ଗାଁ ଗାଁ ବୁଲି କୁପୋଷଣ ରୋକିବା ନେଇ ସଚେତନତା ସୃଷ୍ଟି କରିବ ।

ରାମନାଗୁଡା ବ୍ଲକ ଅଧ୍ୟକ୍ଷା ରଜନୀ ମାଣ୍ଡଙ୍ଗି, ବିଡ଼ିଓ ବେଣୁଧର ଶବର ପତାକା ଦେଖାଇ ରଥର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମକୁ ମିଶନଶକ୍ତିର ମନୋଜ ଷଡ଼ଙ୍ଗୀ ପରିଚାଳନା କରିଥିଲେ।

ରାମନାଗୁଡାରୁ ଦିଲୀପ କୁମାର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.