ବାତେଲଲିମା ଗ୍ରାମ ପଞ୍ଚାୟତରେ ବ୍ଲକ ପ୍ରଶାସନ ସାପ୍ତାହିକ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ନିଆଯାଇଥିବା ଅଭିନବ ପ୍ରୟାସ କ୍ରମରେ ପ୍ରତ୍ୟେକ ମଙ୍ଗଳବାର ଦିନ ବ୍ଲକର ପ୍ରତି ପଞ୍ଚାୟତରେ ସାପ୍ତାହିକ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଆୟୋଜିତ ହେଉଛି। ଏହି କ୍ରମରେ ବାତେଲଲିମା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏହି ଶିବିର ଆୟୋଜିତ ହୋଇଥିବାବେଳେ ଏଥିରେ କାର୍ଯ୍ୟକ୍ରମର ମୁଖ୍ୟ ପୁରୋଧା ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର ଯୋଗଦେଇ ଲୋକଙ୍କ ଅଭିଯୋଗ ଗ୍ରହଣ କରିବା ସହିତ ସମାଧାନ ପାଇଁ ଉଦ୍ୟମ କରିଥିଲେ।


ତାଙ୍କ ସହିତ ବ୍ଲକ ପ୍ରଶାସନ ପକ୍ଷରୁ ଏବିଡିଓ ବିଭୁତିଭୂଷଣ ଶତପଥି, ସହକାରୀ ଯନ୍ତ୍ରୀ ରେଣୁକା ଠାକୁର, ପିଏ ଶଙ୍କର୍ଷଣ ସାହୁ, ଗ୍ରାମ୍ୟ ଜଳ ଯୋଗାଣ କନିଷ୍ଠଯନ୍ତ୍ରୀ ଦଶମତ ମାଝୀ, ବ୍ଲକ ଯୋଗାଣ ବିଭାଗର ଲକ୍ଷଣ ନାଏକ, ଏପିଓ ସଞ୍ଜିବ କୁମାର ପରିଡା, ଡବ୍ଲୁଇଓ ପଙ୍କଜ ବଳିଆର ସିଂ, ସାମାଜିକ ସଂପ୍ରସାରଣ ବିଭାଗର ପିତବାସ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।


ବାତେଲଲିମା ସରପଞ୍ଚ ସବିତା ମାଝୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ମାଧବାନନ୍ଦ କରୁଆ,ସମିତି ସଭ୍ୟା ବସନ୍ତି ସାମଲ,ଗ୍ରାମ ରୋଜଗାର ସେବକ ମୀନକେତନ ଦଳେଇ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ରେକର୍ଡ ସଂଖ୍ୟକ ୧୫୦ ଲୋକେ ଯୋଗଦେଇ ସେମାନଙ୍କ ଆପତ୍ତି ଅଭିଯୋଗ ଜଣାଇଥିଲେ । ଲୋକଙ୍କ ଅଭିଯୋଗ ଓ ସେଗୁଡିକର ସମାଧାନ ପାଇଁ ବିଡିଓ ଶ୍ରୀ ମିଶ୍ର ବ୍ଲକ ତଥା ପଞ୍ଚାୟତସ୍ତରୀୟ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଜିର କାର୍ଯ୍ୟକ୍ରମକୁ ଯୋଗାଣ ସହାୟକ ମିଥୁନ ମହାଖୁଡ଼, ୱାର୍ଡ ମେମ୍ବର ଭଗବାନ ପାତ୍ର ଓ ନକୁଳ ମାଝୀ, ସମାଜ ସେବୀ ମୁରଲୀ ନାଏକ, ରୋମିୟ ରଞ୍ଜନ ସାମଲ ପ୍ରମୁଖ ସହଯୋଗ କରିଥିଲେ । ଆଜିର ଶିବିରରେ ଲୋକେ ଗୃହ ନିର୍ମାଣ, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା, ପାନୀୟ ଜଳ, ମନରେଗା ଆଦି ସମସ୍ୟା ସଂପର୍କରେ ଅଭିଯୋଗ କରିଥିଲେ ।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ(ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.