ତୃତୀୟ ଓ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀ ନିମନ୍ତେ ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ

ରାମନାଗୁଡା: ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ତୃତୀୟ ଓ ପଞ୍ଚମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଏହି ପରୀକ୍ଷାରେ ତୃତୀୟ ଶ୍ରେଣୀ ନିମନ୍ତେ ୪୯ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ସେଥିମଧ୍ୟରୁ ୪୪ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ ୫ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ।


ସେହିପରି ପଞ୍ଚମ ଶ୍ରେଣୀ ନିମନ୍ତେ ୫୧ଜଣ ପରୀକ୍ଷାର୍ଥୀ ଆବେଦନ କରିଥିବା ବେଳେ ୪୮ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୩ଜଣ ଅନୁପସ୍ଥିତ ରହିଥିଲେ। ପରୀକ୍ଷା ସୁପରିଚାଳନା ପାଇଁ ସୁପରିଣ୍ଡେଣ୍ଟ ଭାବେ ବିନୋଦ ଚନ୍ଦ୍ର ଗାଣ୍ଟା ଦାୟିତ୍ୱ ନିର୍ବାହ କରିଥିବା ବେଳେ ନିରିକ୍ଷକ ରୂପେ ଏବିଇଓ ଦାମୋଦର ହିମିରିକା, ପ୍ରଧାନଶିକ୍ଷକ ସ୍ମିତାରାଣୀ ତୃଳ ଦାୟିତ୍ୱ ତୁଲାଇଥିଲେ। ବିଇଓ ସୂଜନ ମଲ୍ଲିକଙ୍କ ତତ୍ବାବଧାନରେ ଶାନ୍ତିଶୃଙ୍ଖଳା ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

ରାମନାଗୁଡାରୁ ଦିଲୀପ କୁମାର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.