ୟୁଏଆଇଏଲ୍ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

ରାୟଗଡ/କାଶିପୁର: ଆଦିତ୍ୟ ବିର୍ଲା ଗ୍ରୁପ୍ କଂପାନି ଉତ୍କଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍ ଦୋରାଗୁଡ଼ା ପକ୍ଷରୁ ସିଏସ୍‌ଆର୍ କାର୍ଯ୍ୟକ୍ରମର ଅଂଶସ୍ୱରୂପ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ୍ ରାୟଗଡ଼ା ସହଯୋଗିତାରେ ଉତ୍କଳ ଆଲୁମିନା ଟାଉନ୍‌ସିପ୍‌ର କ୍ଲବ୍ ହାଉସ୍‌ରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଛି ।


ଏହି କାର୍ଯ୍ୟକ୍ରମକୁ ଶ୍ରୀଯୁକ୍ତ ମଝରୁଲା ବୈଗ, ୟୁନିଟ୍ ମୁଖ୍ୟ, ଉତ୍କଳ ଆଲୁମିନା; ଶ୍ରୀଯୁକ୍ତ ଶରତ ଶବର, ତହସିଲଦାର, କାଶିପୁର; ଡକ୍ଟର ଏମ୍ ଏ ମଜିଦ୍‌, ବ୍ଲଡ୍ ବ୍ୟାଙ୍କ ଅଧିକାରୀ, ରାୟଗଡ଼ା; ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ଭତ୍ରା, ଆଇଆଇସି, ଦୋରାଗୁଡ଼ା ଓ ଡକ୍ଟର ଅରିନ୍ଦମ ରାୟ ଚୌଧୁରୀ, ମୁଖ୍ୟ ମେଡିକାଲ୍ ଅଧିକାରୀ, ଉତ୍କଳ ଆଲୁମିନାଙ୍କ ସମେତ ୟୁଏଆଇଏଲ୍‌ର ଅନ୍ୟ ସମସ୍ତ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରାଯାଇଛି ।ୟୁଏଆଇଏଲ୍ ପରିବାର ସଦସ୍ୟ, କର୍ମଚାରୀ, ଆଉଟ୍‌ସୋର୍ସ ଏଜେନ୍ସି ଓ ସ୍ଥାନୀୟ ସାମଜର ଲୋକମାନେ ଆଗେଇ ଆସି ଶିବିରରେ ୧୦୦ ୟୁନିଟ୍ ରକ୍ତ ଦାନ କରିଛନ୍ତି ।


ଏହି ଅବସରରେ ଉଦବୋଧନ ଦେଇ ଶ୍ରୀଯୁକ୍ତ ମଝହାରୁଲା ବୈଗ, ୟୁନିଟ୍ ମୁଖ୍ୟ, ୟୁଏଆଇଏଲ୍ କହିଛନ୍ତି ଯେ, “ୟୁଏଆଇଏଲ୍ ସର୍ବଦା ଆଖାପାଖର ସମାଜ ପାଇଁ କାର୍ଯ୍ୟ କରୁଛି ଏବଂ ଆମେ ଏଭଳି ମହତ ଏବଂ ଜୀବନ ରକ୍ଷାକାରୀ ଅଭିଯାନ ଜାରି ରଖିବୁ । ଏହି ସମୟରେ ଆମେ ବହୁତ ଖୁସି ଯେ ରାୟଗଡ଼ା ବ୍ଲଡ୍ ବ୍ୟାଙ୍କ ଓ ସମ୍ବାଦ ସହଯୋଗିତାରେ ଏଭଳି ଶିବିର ଆୟୋଜନ କରାଯାଇଛି ।ମହାମାରୀ ସମୟରେ ବ୍ଲକ୍ ବ୍ୟାଙ୍କର ରକ୍ତର ଅଭାବ ଦେଖାଦେଇଥିବା ବେଳେ ଏଭଳି ଶିବିର ଆୟୋଜନ କରାଯାଇଥିବାରୁ ଡକ୍ଟର ମଜିଦ୍ କଂପାନିକୁ ଧନ୍ୟବାଦ ଅର୍ପଣ କରିଛନ୍ତି ଏବଂ କହିଛନ୍ତି ଯେ ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ଭଳି ସ୍ଥିତିରେ ଏହା ଗରିବ ଏବଂ ରକ୍ତ ଆବଶ୍ୟକ କରୁଥିବା ଲୋକମାନଙ୍କ ପାଇଁ ସହାୟକ ହେବ ।

ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ରବି ନାରାୟଣ ମିଶ୍ର, ଶ୍ରୀଯୁକ୍ତ ରାକେଶ ପ୍ରତାପ ସିଂହ, ଶ୍ରୀଯୁକ୍ତ ଶିବ ମହାପାତ୍ର, ସିଏସ୍‌ଆର୍ ମୁଖ୍ୟ ଏହି ଅବସରରେ ଉପସ୍ଥିତ ଥିଲେ । ଏହି ଶିବିରକୁ ଉତ୍କଳ ଆଲୁମିନାର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ଶାଖା ଦ୍ୱାରା ସଫଳତାର ସହ ଆୟୋଜନ କରାଯାଇଥିଲା ଯେଉଁଥିରେ ସିଏସ୍‌ଆର୍‌ର ସମ୍ପୂର୍ଣ୍ଣ ଟିମ୍ ଶ୍ରେଷ୍ଠ ଉଦ୍ୟମ ଦେଇ ଶିବିରକୁ ଆୟୋଜନ କରିଥିଲେ ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ସହ କାଶିପୁର ପ୍ରତିନିଧି ଆଲାରାମ ଭତ୍ରାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.