ମୃତ କ୍ୟାନ୍‌ସର ରୋଗୀଙ୍କ ପରିବାରକୁ ସହାୟତା ପ୍ରଦାନ

ଲାଞ୍ଜିଗଡ଼: ଏହି ବ୍ଲକ ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତ ଗୋପାଳପୁର ଗାଁର ଜଣେ କ୍ୟାନସର ରୋଗୀ ମାର୍କଣ୍ଡ ଗଉଡ(୪୨)ଙ୍କ ଚିକିତ୍ସାଧୀନ ଭାବେ ମୃତ୍ୟୁ ଘଟିଛି। ଗତକାଲି ରାତିରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ମୃତ୍ୟୁ ଘଟିଥିବାବେଳେ ଶବବାହକ ଗାଡ଼ିରେ ତାଙ୍କର ଶବକୁ ଅଣାଯାଇ ଆଜି ସକାଳୁ ଗାଁ ମଶାଣିରେ ଦାହ ସଂସ୍କାର କରାଯାଇଛି। ଘରେ ବିଧବା ପତ୍ନୀ, ଗୋଟିଏ ପୁଅ ଓ ଝିଅଙ୍କ ସମେତ ରୋଗୀଣା ଓ ବୃଦ୍ଧ ବାପ-ମାଆ ଥିବାବେଳେ ଯୁବକ ପୁଅର ମୃତ୍ୟୁରେ ଗାଁଟା ଯାକ ଶୋକାଭିଭୁତ ହୋଇଯାଇଛି।

ଏ ସଂପର୍କରେ ଖବର ପାଇ ସ୍ତ୍ରୀ ଶକ୍ତି ହେଲ୍‌ଥ ୟୁନିଟ୍ ନାମକ ସ୍ୱେଚ୍ଛାସେବୀ ସଂସ୍ଥା ଓ ଆଞ୍ଚଳିକ ଉନ୍ନୟନ ସମିତି ପକ୍ଷରୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଆଜି ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷ ଇଂ ଫକୀରମୋହନ ମାଝୀ, ସ୍ତ୍ରୀ ଶକ୍ତି ହେଲ୍‌ଥ ୟୁନିଟ୍ ଓ ଆଞ୍ଚଳିକ ଉନ୍ନୟନ ସମିତି ପକ୍ଷରୁ ଫୁଲମେ ମାଝୀ, ସମାଜସେବୀ ସୁରେଶ ସଂଗ୍ରାମ, ଯୁବ ସମାଜସେବୀ ସୁଶୀଲ କୁମାର ବାଗ, ଗୋବର୍ଦ୍ଧନପୁର ସରପଞ୍ଚ ସୁରେନ୍ଦ୍ର ମାଝୀ ପ୍ରମୁଖ ମୃତକଙ୍କ ଘରକୁ ଯାଇ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ସେହିପରି ସରପଞ୍ଚ ଶ୍ରୀ ମାଝୀ ମୃତକଙ୍କ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.