୩ ପରିବାରର ୯ ବଖରା ଘର ପୋଡି ଭସ୍ମୀଭୂତ, ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ କଲେ ଆୟତ୍ତ

ରାମନାଗୁଡା/ଗୁଣପୁର: ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ତୁମକିନଗୁଡା ଗ୍ରାମ ରେ ହଠାତ କୌଣସି କାରଣ ବଶତଃ ନିଆଁ ଲାଗି ୩ ପରିବାରର ୯ ବଖରା ଘର ଜଳି ସମ୍ପୂର୍ଣ ଭସ୍ମୀଭୂତ ହୋଇ ଯାଇଛି। ଖବରରୁ ପ୍ରକାଶ ଯେ, ଗ୍ରାମର ଲକ୍ଷ୍ମୀ ପାତିକା, ସମ୍ପାନୀ ନିମାଲା ଏବଂ ଲାକିଆ ନିମାଲା ବୁଧବାର ସକାଳେ ନିଜ କାମରେ ବାହାରକୁ ଯାଇଥିଲେ, ତେବେ କୌଣସି କାରଣରୁ ସକାଳ ୯ ଟା ସମୟରେ ହଟାତ ଅଗ୍ନିକାଣ୍ଡ ଘଟି ୩ ଟି ଘର ପୋଡ଼ି ପାଉଁଶ ହୋଇଯାଇଛି।

ସେମାନଙ୍କର ସମସ୍ତ ଆସବାବପତ୍ର ସହ ଯାବତୀୟ ସାମଗ୍ରୀ ପୋଡି ଯାଇଥିବା ସୂଚନା ମିଳିଛି। ଖବର ପାଇ ଗୁଣୁପୁର ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଁଚି ନିଆଁ କୁ ଆୟତ୍ତ କରି ଥିଲେ ମଧ୍ୟ ଉକ୍ତ ପରିବାର ର କେହି ନଥିବାରୁ କୌଣସି ଜିନିଷ ଉଦ୍ଧାର ହୋଇପାରିନଥିଲା। ରାଜସ୍ୱ ନିରୀକ୍ଷକ ସୁଶ୍ରୀ ସସ୍ମିତା ସେଠି ଘଟଣା ସ୍ଥଳରେ ପହଞ୍ଚି କ୍ଷୟକ୍ଷତି ଆକଳନ କରି ତହସିଲ କାର୍ଯ୍ୟାଳୟ ରେ ଦାଖଲ କରିଥିବା ଜଣାପଡ଼ିଛି।କ୍ଷୟକ୍ଷତିର ଆକଳନ କରାଯାଇଛି ସରକାରୀ ନିୟମ ଅନୁଯାୟୀ କ୍ଷତି ରାଶି ପ୍ରଦାନ କରାଯିବ ବୋଲି ଗୁଣୁପୁର ତହସିଲଦାର ଫ୍ରଡ଼ଲାଣ୍ଡ ଏକ୍କା କହିଛନ୍ତି।

ରାମନାଗୁଡା ପ୍ରତିନିଧି ଦିଲୀପ କୁମାର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.