ବରେଣ୍ୟ ସ୍ୱାଧୀନତା ସଂଗ୍ରାମୀ ରାଜକୃଷ୍ଣ ବୋଷଙ୍କୁ ନେଇ କଟକ ସଦର ମାଟି ଗର୍ବ କରେ

● ମତ ରଖିଲେ ଉବିପ ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ

କଟକ: ସଦର ବ୍ଲକ କିଶୋରନଗର ଅଞ୍ଚଳର ଗାନ୍ଧୀ ପ୍ରବାଦ ପୁରୁଷ ପ୍ରଥମ ରାଜବନ୍ଦୀ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ରାଜକୃଷ୍ଣ ବୋଷଙ୍କ ୧୨୧ ତମ ଜନ୍ମ ଜୟନ୍ତୀ ପାଳିତ ହେଇଯାଇଛି। କଟକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ (ଉବିପ) ପକ୍ଷରୁ ମହାତ୍ମାଙ୍କ କିଶନନଗର ବଜାରରେଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ସ୍ମୃତିଚାରଣ କରାଯାଇଛି।

ଏହି ସଭାରେ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ, ଜାମିନୀ ମୋହନ ସାହୁ, ଅଶୋକ କୁମାର ସାମଲ, ସୁମନ ଦାଶ,ସଂଜୟ ମଲ୍ଲିକ, ତୁଷାରକାନ୍ତ ବେହେରା, ଗଜେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହି ସ୍ମୃତିଚାରଣ ସହ ସ୍ୱର୍ଗତ ବୋଷଙ୍କ କିଶନନଗର ଅଞ୍ଚଳ ପ୍ରତି ଅବଦାନ ଆମ ସମୟର ଆଦର୍ଶ ହୋଇ ରହିଯିବ ବୋଲି ମତବ୍ୟକ୍ତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.