ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବେଡାଗାଁ ଗ୍ରାମପଞ୍ଚାୟତର ବେଡାଗାଁ ଓ କାର୍ଲିଯୋଡି ଗାଁଠାରେ ସ୍ୱେଚ୍ଛାସେବୀ ସଂସ୍ଥା ଦାପ୍ତା ପକ୍ଷରୁ ଏକ ସ୍ୱାସ୍ଥ୍ୟ ପରାମର୍ଶ ଶିବିରର ଆୟୋଜନ କରାଯାଇଛି । ଦାପ୍ତା ସଂସ୍ଥାର ମୁଖ୍ୟ ରାଜୁ ଶର୍ମା ଓ ପରିଚାଳକ ଦୀପନ କୁମାର ଶର୍ମାଙ୍କ ନେତୃତ୍ୱରେ ଆୟୋଜିତ ଏହି ଶିବିରରେ ଡା. ନିହାରୀକା ପଣ୍ଡା, ମମିତା ମାଝୀ ପ୍ରମୁଖ ଯୋଗ ଦେଇ ରୋଗୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହିତ ଚିକିତ୍ସା ଓ ଔଷଧ ବଣ୍ଟନ କରିଥିଲେ । କରୋନା ମହାମାରୀର ଭୟାବହତା ସମୟରେ ଆଦିବାସୀ ବହୁଳ ଦୁର୍ଗମ ଅଞ୍ଚଳରେ ଆଉଟରିଚ୍ ସଂସ୍ଥାର ସହାୟତାରେ ଆୟୋଜିତ ଏହି ଶିବିରରେ କାର୍ଲିଯୋଡିର ୬୧ ଓ ବେଡାଗାଁର ୧୧୬ଜଣ ରୋଗୀଙ୍କୁ ଚିକିତ୍ସା ଓ ପରାମର୍ଶ ସେବା ଯୋଗାଇଦିଆଯାଇଥିଲା ।