ରାୟଗଡ ସିଭିଲ କୋର୍ଟ ପରିସରରେ ୪ର୍ଥ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ

ରାୟଗଡ(ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳା ଆଇନ ସେବା ପ୍ରାଧିକରଣ ତତ୍ୱାବଧାନରେ ଜିଲ୍ଳା ସିଭିଲ କୋର୍ଟ ପରିସରରେ ଆଜି ୪ର୍ଥ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ରାୟଗଡ ମୁଖ୍ୟ କୋର୍ଟ ସମେତ ଗୁଣପୁର,ବିଷମକଟକ,କାଶିପୁରରେ ଦୀର୍ଘ ଦିନ ଧରି ପଡିରହିଥିବା ୧୨୧ଟି ମାମଲାର ଫଇସଲା ହୋଇ ଜୋରିମାନା ବାବଦକୁ ୯୨,୨୭,୭୭୬ଟଙ୍କା ଓ ପ୍ରିଲିଟିଗେସନ ସମ୍ବନ୍ଧିତ ୧୩ଟି ମାମାଲର ଫଇସଲା ହୋଇ ଜୋରିମାନା ବାବଦକୁ ୧,୫୨,୦୦୦ଟଙ୍କା ଆଦାୟ ହୋଇଥିଲା । ଏହି ଲୋକ ଅଦାଲତ ଜିଲ୍ଳା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଳା ଦୈାରାଜଜ୍ ଚିତରଂଜନ ଦାଶଙ୍କ ତତ୍ୱାବଧାନରେ ଏବଂ ସ୍ଥାୟୀ ଲୋକ ଅଦାଲତର ଜଜ ହିମାଂଶୁ ଶେଖର ବ୍ରହ୍ମା,ପରିବାର ଲୋକ ଅଦାଲତ ଜଜ ଆଶିଷ କୁମାର ତ୍ରିପାଠୀ,ରେଜିଷ୍ଟ୍ରର ଶ୍ରୀମତି ପ୍ରତିମା ପାତ୍ର,ବରିଷ୍ଠ ଦଣ୍ଡାଧିକାରୀ ମନୋରଂଜନ ଦାସ,ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତି ଶତରୂପା ଶତପଥି,ଜିଲ୍ଳା ଆଇନ ସେବା ପ୍ରାଧିକରଣର ସଂପାଦକ ମନୋରଂଜନ ମିଶ୍ର,ଅନୁ ବିଭାଗୀୟ ଦଣ୍ଡାଧିକାରୀ ରାଜେନ୍ଦ୍ର କୁମାର ଦାସ,ନ୍ୟାୟାଧିକାରୀ ଗ୍ରାମ୍ୟାନ୍ୟୟାଳୟ ଶ୍ରୀମତି ସୁବାଷିନୀ ବେହେରା,ପ୍ରଥମ ଶ୍ରେଣୀ ଦଣ୍ଡାଧିକାରୀ ସୋଭନ କୁମାର ପଣ୍ଡା,ଗୁରୁଚରଣ ଜେନାମଣି ପ୍ରମୁଖଙ୍କ ସହଯୋଗରେ ଲୋକମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.