କୋବିଡ଼ -୧୯ ର ଟୀକାକରଣ ନିମନ୍ତେ ବ୍ଲକସ୍ତରୀୟ ଟାସ୍କଫୋର୍ସ ବୈଠକ

ରାମନାଗୁଡା: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଠାରେ କୋବିଡ଼ ଟୀକାକରଣ ନିମନ୍ତେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ କୋବିଡ଼ ଟୀକାକରଣ, ପୋଲିଓ କାର୍ଯ୍ୟକ୍ରମ ପିପୁଲସ ପ୍ଲାନ ଓ ମେଲେରିଆ ନିରାକରଣ ଉପରେ ଆଲୋଚନା ହୋଇଥିଲା।


ଗୋଷ୍ଠୀ ଚିକିତ୍ସା ଅଧିକାରୀ ଅନିଲ କୁମାର ବେହେରା ଟୀକାକରଣ କିପରି କରାଯିବ ସେହି ବିଷୟରେ ବିସ୍ତୃତ ଭାବେ କହିବା ସହ ବ୍ଲକର ସମସ୍ତ ଲୋକପ୍ରତିନିଧିଙ୍କ ସହଯୋଗ କାମନା କରିଥିଲେ। ପିପୁଲସ ପ୍ଲାନ ଅନୁସାରେ ନଭେମ୍ବର ୧ରୁ ଜାନୁଆରୀ ୩୧ପର୍ଯ୍ୟନ୍ତ ଚାଲୁରହିଥିବା କାର୍ଯ୍ୟକ୍ରମ ଓ ଅଣ ସଂକ୍ରାମକ ରୋଗ ବିଷୟରେ PHEO ସଂଘମିତ୍ରା ମହାପାତ୍ର ବୁଝାଇଥିଲେ।


ଆଜିର ବୈଠକରେ BDO ବେଣୁଧର ଶବର,ବ୍ଲକ ଅଧ୍ୟକ୍ଷା ରଜନୀ ମାଣ୍ଡାଙ୍ଗି, ଉପାଧ୍ୟକ୍ଷ ସୂର୍ଯ୍ୟରାଓ କୁମ୍ବିରିକା, CDPO ଶାନ୍ତିଲତା ରଥ, BEO ସୁଜନ ମଲ୍ଲିକ, WEO ଜୟଶ୍ରୀ ବିଷୋୟୀ ତଥା ବିଭିନ୍ନ ପଂଚାୟତର ସରପଞ୍ଚ ଯୋଗ ଦେଇଥିଲେ। ଆଜିର କାର୍ଯ୍ୟକ୍ରମରେ ବ୍ଲକ ସଂଯୋଜକ କମଳାକର ରାଓ ସମସ୍ତ ଅତିଥିଙ୍କୁ ସ୍ଵାଗତ କରିଥିଲେ ଏବଂ ଶେଷରେ PHEO ସଂଘମିତ୍ରା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ରାବନାଗୁଡାରୁ ଦିଲୀପ କୁମାର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.