ଓଡ଼ିଆ ଅଧିକାରୀଙ୍କ ବିଶ୍ଵ ରେକର୍ଡ


କଟକ: ଷ୍ଟାର ବୁକ୍ ଅଫ ୱାର୍ଲ୍ଡ ରେକର୍ଡ ଓଡ଼ିଶାର ଅର୍ଥସେବାର ଅଧିକାରୀ ସଂଗ୍ରାମ କେଶରୀ ସାମନ୍ତରାୟଙ୍କୁ ବିଶ୍ଵର ବହୁମୁଖି ଦାୟିତ୍ଵସମ୍ପନ୍ନ ସରକାରୀ କର୍ମଚାରୀ ରେକର୍ଡରେ ସ୍ଥାନ ଦେଇଛନ୍ତି । ଦୀର୍ଘ ବର୍ଷର କାର୍ଯ୍ୟ ଦକ୍ଷତା ସହିତ ପଚିଶିଗୋଟି ବିଷୟରେ ସ୍ଵତନ୍ତ୍ର କୁଶଳତା ମାଧ୍ୟମରେ ଦେଶ ଏବଂ ବିଦେଶରେ ସମ୍ମାନିତ ହୋଇଛନ୍ତି ।

ବିଶ୍ଵ ରେକର୍ଡ ପାଇଁ ସାମାଜିକ ଗଣମାଧ୍ୟମର ସର୍ବେକ୍ଷଣ, ରାଜ୍ୟ ,ଦେଶ ଏବଂ ବୈଦେଶିକ ପ୍ରଶଂସାପତ୍ର , ଗଣ ମାଧ୍ୟମର ବିଭିନ୍ନ ସମୟରେ ପ୍ରକାଶିତ ଖବରକୁ ଆଧାର କରି ସଂଗ୍ରାମ କେଶରୀ ସାମନ୍ତରାୟଙ୍କ କାର୍ଯ୍ୟ କୁଶଳତା ପରୀକ୍ଷଣ କରାଯାଇଥିଲା । ବିଭିନ୍ନ ସମୟରେ ଜନ କଲ୍ୟାଣ କାର୍ଯ୍ୟକ୍ରମ , ଆଧ୍ୟାତ୍ମିକ କାର୍ଯ୍ୟକ୍ରମ , ସାଧାରଣ ବକ୍ତା ଥିବା କାର୍ଯ୍ୟକ୍ରମର ଅନେକ ଭିଡିଓ କୁ ପରୀକ୍ଷଣ କରାଯାଇଥିଲା ।

ସରକାରୀ ଚାକିରୀ ପରେ ସାମାଜିକ ଦାୟିତ୍ୱବୋଧ କୁ ଗୁରୁତ୍ବ ଦେଇ ପଚିଶି ଗୋଟି ବିଭାଗରେ ଆଦର୍ଶ ଭରା କାର୍ଯ୍ୟ କରି ପ୍ରଶଂସିତ ହେବା ପରେ ତାଙ୍କୁ ଏକ ବିରଳ ବିଶ୍ଵ ରେକର୍ଡରେ ସ୍ଥାନ ମିଳିଛି । ଏହି ସଂସ୍ଥା ନିଜ ୱେବସାଇଟ ରେ ପ୍ରକାଶିତ କରିଛନ୍ତି । ସରକାରୀ ଚାକିରୀ କରି ସମାଜସେବା, କବି , ଲେଖକ, ପ୍ରକାଶକ, ଯୁବ ପ୍ରେରଣା ଦାତା, ଆଧ୍ୟାତ୍ମିକ ଦାର୍ଶନିକ , ସଂଗଠକ, ଗାନ୍ଧୀ ଶାନ୍ତି ଦୂତ, ପରିବେଶବିତ୍, ଚାକିରୀ ରସାଂଗଠାନିକ କାର୍ଯ୍ୟ, ଶିକ୍ଷାବିତ୍, ସାହିତ୍ୟ ସମ୍ପାଦକ, ମାନବିକ ଅଧିକାର କର୍ମକର୍ତ୍ତା, ଗଳ୍ପ କଥନ,ଖାଉଟି ସୁରକ୍ଷା କର୍ମକର୍ତ୍ତା , ଧାର୍ମିକ ଅନୁଷ୍ଠାନର ସଦସ୍ୟ, ଜେଲ୍ ସୁଧାର, ସାଂସ୍କୃତିକ ବିତର୍କ, ସକାରାତ୍ମକ ଦାର୍ଶନ, ପୁସ୍ତକ ସମୀକ୍ଷକ, ରକ୍ତଦାତା , ଓଡ଼ିଆ ଏବଂ ଇଂରାଜୀ କବିତା ସମୀକ୍ଷା ଇତ୍ୟାଦି କାର୍ଯ୍ୟରେ ବର୍ଷ ବର୍ଷ ଧରି ନିୟୋଜିତ ହୋଇଛନ୍ତି । ଷ୍ଟାର ବୁକ୍ ଅଫ୍ ୱର୍ଲ୍ଡ ରେକର୍ଡସ୍ ଏହାକୁ ବିଶ୍ୱରେ ବିରଳ କୃତିତ୍ୱ ବୋଲି ଆଖ୍ୟା ଦେଇଛନ୍ତି । ସାମନ୍ତରାୟ ବିଶ୍ଵ ରେକର୍ଡ ରେ ସ୍ଥାନ ପାଇବା ପାରେ ଖୁସି ବ୍ୟକ୍ତ କରିଛନ୍ତି ।

ସମଗ୍ର ବିଶ୍ଵରେ ଏହା ସରକାରୀ କର୍ମଚାରୀ ମାନଙ୍କୁ ସମାଜ, ସାହିତ୍ୟ, କଳା, ସଂସ୍କୃତିର ବିଭିନ୍ନ ପ୍ରକରଣ ପାଇଁ ପ୍ରେରଣା ଦେବା ସହ କାର୍ଯ୍ୟଦକ୍ଷତା ବୃଦ୍ଧି କରିବ । ସରକାରୀ କର୍ମଚାରୀ ମାନଙ୍କର ଦାୟିତ୍ୱବୋଧ ବୃଦ୍ଧି ପାଇବ ବୋଲି ସାମନ୍ତରାୟ ଖୁସିବ୍ୟକ୍ତ କରିଥିଲେ । ସଂଗ୍ରାମ କେଶରୀ ସାମନ୍ତରାୟ କଟକ ରେ ଦୀର୍ଘ ବର୍ଷ ହେବ ବାସ କରୁଥିବାରୁ କଟକ ବାସି ଅତ୍ୟନ୍ତ ଆନନ୍ଦିତ ଏବଂ ଓଡ଼ିଶାକୁ ଗର୍ବିତ କରିଛନ୍ତି ବୋଲି ସାଧାରଣ ଗଣ ମାଧ୍ୟମରେ ଅନେକ ଶୁଭେଚ୍ଛୁ ମତବ୍ୟକ୍ତ କରିଛନ୍ତି ।