ଲାଞ୍ଜିଗଡ: ଲାଞ୍ଜିଗଡ ଧାନମଣ୍ଡି ପରିଦର୍ଶନ କରିଛନ୍ତି ଲାଞ୍ଜିଗଡ ବ୍ଲକ ଆତ୍ମାର ଅଧ୍ୟକ୍ଷ ବିରାଜ ପନ୍ଦର।ଆଜିକୁ ୩ ବର୍ଷ ହେଲା ଲାଞ୍ଜିଗଡ ସ୍ଥିତ ମହାଲକ୍ଷ୍ମୀ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଧାନ ମଣ୍ଡି ଆରମ୍ଭ କରି ଅଞ୍ଚଳ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଆଜି ଅଧ୍ୟକ୍ଷ ଶ୍ରୀ ପନ୍ଦର ମଣ୍ଡି ପରିଦର୍ଶନ କରିବା ସହ ସ୍ଥାନୀୟ ଚାଷୀ ଓ ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ସୁନିତା ଚନ୍ଦନଙ୍କ ସହ ମଣ୍ଡି ବିଷୟରେ ଆଲୋଚନା କରିଥିଲେ।

ବର୍ତ୍ତମାନ ମଣ୍ଡି ପାଇଁ ୨୫ ଶହ କୁଇଣ୍ଟାଲ ଟାର୍ଗେଟ ଥିବା ବେଳେ ଏ ପର୍ଯ୍ୟନ୍ତ ୨୪ରୁ ଅଧିକ ଚାଷୀଙ୍କ ୧୨ ଶହ ୩୦ କୁଇଣ୍ଟାଲ ଧାନ ମିଲର କିଣିଛନ୍ତି ଓ ଆଉ ୩ ଶହ କୁଇଣ୍ଟାଲ ମଣ୍ଡିରେ ଅଛି, ଏହି ମଣ୍ଡିରେ ଚାଷୀଙ୍କ କୌଣସି ଅଭିଯୋଗ ନଥାଇ ଶୀଘ୍ର ମିଲର୍ଷ ଧାନ ନେଉଥିବା ନେଇ ଏହି ଗୋଷ୍ଠୀ ଲାଞ୍ଜିଗଡ ଅଞ୍ଚଳ ପାଇଁ ଉଦାହରଣର ସୃଷ୍ଟି କରିଛନ୍ତି।
ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in





