କଳାହାଣ୍ଡି ଜିଲ୍ଲା ଘରୋଇ ସ୍କୁଲ ଅଧ୍ୟକ୍ଷଙ୍କ ବୈଠକ : ଅଭିଭାବକଙ୍କଠୁ ବାର୍ଷିକ ଫି’ ଆଦାୟ ନିଷ୍ପତ୍ତି

କଳାହାଣ୍ଡି (କ୍ଷମାନିଧି ମହାଖୁଡ଼): କଳାହାଣ୍ଡି ଜିଲ୍ଲାର ଘରୋଇ ବିଦ୍ୟାଳୟ ଅଧ୍ୟକ୍ଷମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। କରୋନା ଯୋଗୁଁ ଲକଡାଉନ ଓ ସଟଡାଉନ ଫଳରେ ଶିକ୍ଷା ବ୍ୟବସ୍ଥା ଗଭୀର ରୂପେ ପ୍ରଭାବିତ ହୋଇଛି। ଜିଲ୍ଲା ଘରୋଇ ବିଦ୍ୟାଳୟ ସଂଘର ଚେୟାରମ୍ୟାନ ଶିବରାମ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ସମସ୍ତ ସ୍କୁଲ ଅଧ୍ୟକ୍ଷ, ଅଧ୍ୟକ୍ଷାମାନେ ଯୋଗ ଦେଇଥିଲେ। କରୋନା ଯୋଗୁଁ ଘରୋଇ ସ୍କୁଲଗୁଡିକ ଆର୍ଥିକ ସମସ୍ୟା ମଧ୍ୟରେ ରହିଛି। ସ୍କୁଲ ଶିକ୍ଷକଙ୍କ ଦରମା, ଘରଭଡା, ଗାଡି କିସ୍ତି, ବିଦ୍ୟୁତ ଵିଲ ପ୍ରଭୁତି ୯ ମାସ ହେଲା ଦିଆଯାଇ ପାରିନାହିଁ। ତଥାପି ଘରୋଇ ସ୍କୁଲଗୁଡିକ ପକ୍ଷରୁ ଅନଲାଇନ ଶିକ୍ଷାଦାନ ଜାରି ରହିଛି। କୋଭିଡ଼-୧୯ ଯୋଗୁଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବାରୁ ଅଭିଭାବକମାନେ ସ୍କୁଲ ଦେୟ ଦେବାକୁ ନକରାତ୍ମକ ମନୋଭାବ ପୋଷଣ କରୁଛନ୍ତି। ଯାହାଫଳରେ ଘରୋଇ ବିଦ୍ୟାଳୟ ଉପରେ ନିର୍ଭର କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପରିବାର ଏବେ ଦୁର୍ଦ୍ଦିନରେ କାଳ କାଟିବା ସହ ପରିବାର ପ୍ରତିପୋଷଣ କିପରି କରିବେ ତାହାକୁ ନେଇ ଚିନ୍ତିତ ଅଛନ୍ତି। ସେହିପରି ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବସ୍ଥା ନ କହିଲେ ଭଲ। ପୂର୍ବରୁ ସ୍କୁଲ ଗୁଡିକ ୨୫ ପ୍ରତିଶତ ଆର୍ଥିକ ଦୁର୍ବଳ ଓ ଅନଗ୍ରସ ବର୍ଗର ଛାତ୍ରଛାତ୍ରୀଙ୍କ ନାମ ଲେଖାଇଛନ୍ତି।ଆଜି ପର୍ଯ୍ୟନ୍ତ ଏ ବାବଦ ପ୍ରାପ୍ୟ ସରକାରଙ୍କଠାରୁ ମିଳିନାହିଁ। ତୁରନ୍ତ ଏହି ଟଙ୍କା ପ୍ରଦାନ କରାଯିବାକୁ ରାଜ୍ୟ ସରକାରଙ୍କ ନିକଟରେ କଳାହାଣ୍ଡି ଘରୋଇ ବିଦ୍ୟାଳୟ ସଂଘ ପକ୍ଷରୁ ଦାବି କରାଯାଇଛି। ଏହି ସମସ୍ତ ସମସ୍ୟା ସମାଧାନ ହେବ, ଯେବେ ଅଭିଭାବକ ମାନେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପ୍ରତି ସହାନୁଭୂତି ଦର୍ଶାଇ ସ୍କୁଲ ଦେୟ ଦେବା ସହ ସରକାର ଘରୋଇ ବିଦ୍ୟାଳୟମାନକୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ସଙ୍ଗର ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ଶ୍ୟାମ ଦେଶରୀ ନିବେଦନ କରିଛନ୍ତି। ଶେଷରେ ସଂଘର ବରିଷ୍ଠ ସଦସ୍ୟ ଇଂ ଅଜୟ କୁମାର ପଣ୍ଡା ଧନ୍ୟବାଦ ଦେବା ସହ ଚଳିତ ଶିକ୍ଷାବର୍ଷରେ ଅଭିଭାବକଙ୍କଠୁ ବାର୍ଷିକ ଫି’ ଆଦାୟ ନିଷ୍ପତ୍ତି ନିଆଗଲା ଏବଂ ସଂଘର ଉପସଭାପତି ଉସୁଫ ଆବାସ ଉପଯୁକ୍ତ ଓ ନ୍ୟାୟପୂର୍ଣ୍ଣ ପଦ୍ଧତିରେ ସମସ୍ୟାର ସମାଧାନ ଆଶା କରି ସଭାସାଙ୍ଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.