ଦୁଇ ବାଇକ୍ ମୁହାଁ ମୁହିଁ ଧକ୍କା, ଜଣେ ଗୁରୁତର

ଲାଞ୍ଜିଗଡ: ଏହି ବ୍ଲକ ବନ୍ଧପାରି ଠାରୁ ମୂଷାନାଳ ରାସ୍ତା ରେତନଦୀ ପୋଲ ନିକଟସ୍ଥ ବୁଲାଣିରେ ଦୁଇ ବାଇକ୍ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ଫଳରେ ଜଣେ ଗୁରୁତରଙ୍କୁ ଭବାନୀପାଟଣା ମୁଖ୍ୟ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି ।ସୂଚନା ଅନୁସାରେ ଆଜି ଦିନ ସାଢେ ୧ ଘଣ୍ଟା ସମୟରେ ବିଶ୍ୱନାଥପୁର ନିକଟସ୍ଥ ଡୁମେରମୁଣ୍ଡା ଗ୍ରାମର ଟେଣ୍ଟ ହାଉସ ମାଲିକ ଟଙ୍କଧର ସାହୁ ମୂଷା ଗ୍ରାମକୁ ଟେଣ୍ଟ ଲଗାଇବାକୁ ଯାଇ ଦିନ ସାଢେ ୧ ଘଣ୍ଟା ସମୟରେ ବନ୍ଧପାରି ରାସ୍ତାରେ ନିଜ ଘରକୁ ଫେରିବା ସମୟରେ ରେତନଦୀ ବୁଲାଣିରେ ନିକଟରେ ବିଶ୍ୱନାଥପୁର ପଟୁ ଆସୁଥିବା ଏକ ଟିଭିଏସ ଆପାଚି ବାଇକ୍ (ଓଡ଼ି୦୮ଜେ-୩୨୧୧) ସାମନା ପଟୁ ଧକ୍କା ଦେଇଥିଲା।

Omkar Vasthu
Omkar Vasthu


ଦୁର୍ଘଟଣା ଘଟାଇଥିବା ବାଇକ୍ ଚାଳକ କିଛି ସମୟ ଅଟକି ଫେରାର୍ ମାରିଥିଲା।ଏପଟେ ଟଙ୍କଧରଙ୍କ ହିରୋ ଗ୍ଲାମର ବାଇକ୍ ଭାଙ୍ଗି ଯାଇଥିବା ବେଳେ ତାଙ୍କୁ ଏକ ଟାଟା ମ୍ୟାଜିକ ଗାଡ଼ିରେ ବିଶ୍ୱନାଥପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଡାହାଣ ଗୋଡରେ ଗୁରୁତର ଆହତ ଯୋଗୁଁ ଭାଙ୍ଗି ଯାଇଥିବା ବେଳେ ତାଙ୍କୁ ଦିନ ୩ ଘଣ୍ଟା ସମୟରେ ଭବାନୀପାଟଣା ମୁଖ୍ୟ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଏହି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ବେଳେ ଏହି କିଛିଦିନ ମଧ୍ୟରେ ମୃତ୍ୟୁ ବରଣ ମଧ୍ୟ କରିଛନ୍ତି। ଏହାର ମୁଖ୍ୟ କାରଣ ରାସ୍ତା ଦୁଇ ପାଖରେ ଥିବା ଲଟାବୁଦା ଯୋଗୁଁ ଗାଡି ଚାଳକ ଠିକ୍ ଭାବେ ସାମ୍ନାକୁ ଦେଖି ପାରୁନଥିବାବେଳେ ନାବାଳକଙ୍କ ଦ୍ରୁତ ଗତିରେ ଗାଡି ଚଳାଇବା।ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଲୋକେ ଦାବି କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.