କଳାହାଣ୍ଡି,(ହେମନ୍ତ ସାହୁ): କଳାହାଣ୍ଡିର ଅଗ୍ରଣୀ ସ୍ୱେଚ୍ଚାସେବୀ ଅନଷ୍ଠାନ ସେବା ଜଗତ ତରଫରୁ ମ.ରାମପୁର,ବୁରାଟ ସ୍ଥିତ ତାଲିମ କେନ୍ଦ୍ର ଠାରେ କାସା କୋଲକାତା ଦ୍ୱାରା କୋଭିଡ – ୧୯ ଜରିଆରେ ଚାଷୀ ମାନଙ୍କୁ ଏଗ୍ରି କିଟ ସହ ସ୍ପେୟାର ମେସିନ ବଣ୍ଟନ କରାଯାଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥିଭାବେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ତଥା ଜିଲ୍ଳା ପରିଷଦ ସଭ୍ୟ ପୁଷ୍ପେନ୍ଦ୍ର ସିଂ ଦେଓ , ସମ୍ମାନୀତ ଅତିଥି ଭାବରେ ମ.ରାମପୁର ସହକାରୀ କୃଷି ଅଧିକାରୀ ନିହାନ ନାଏକ ଏବଂ ଡମ କର୍ଲାଖୁଣ୍ଟା ଗ୍ରାମ ପଞ୍ଚାୟତର ପୁର୍ବତନ ସରପଞ୍ଚ ଶରତ ଚନ୍ଦ୍ର ପୁଝାରି ଉପସ୍ଥିତ ଥିଲେ । ସେବା ଜଗତ ସମ୍ପାଦକ ସତ୍ୟନାରାୟଣ ପଟ୍ଟନାୟକ ଉକ୍ତ ସଭାକୁ ପରିଚାଳନା କରିଥିଲେ । ଏଥିରେ ମ.ରାମପୁର ବ୍ଳକ ର ୮ଟି ଗ୍ରାମ ପଞ୍ଚାୟତ ରୁ ୯୪ ଜଣଙ୍କୁ ଏଗ୍ରି କିଟ ବଣ୍ଟନ କରାଯାଇଥିଲା ।