ସ୍ୱାମୀ ବୈରାଗ୍ୟାନନ୍ଦଜୀଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ମହୋତ୍ସବ

ସ୍ୱାମୀ ବୈରାଗ୍ୟାନନ୍ଦଜୀ ମହାରାଜଙ୍କ ତ୍ୟାଗ ସମସ୍ତଙ୍କର ଆଦର୍ଶ ହେଉ

କଳାହାଣ୍ଡି, (ହେମନ୍ତ ସାହୁ): ମ.ରାମପୁର ସ୍ଥିତ ଶ୍ରୀରାମକୃଷ୍ଣ ଆଶ୍ରମର ପ୍ରତିଷ୍ଠାତା ସ୍ୱାମୀ ବୈରାଗ୍ୟାନନ୍ଦଜୀ ମହରାଜଙ୍କ ପ୍ରଥମ ମହାପୟୟାଣ ମହାତ୍ସବ ଅସବରରେ ତାଙ୍କରି ଏକ ପ୍ରତିମୂର୍ତ୍ତି ଉନ୍ମୋଚିତ ହେଇଯାଇଛି । ପ୍ରାରମ୍ଭରେ ଏକ ବିରାଟ ପଟୁଆର ସହିତ ସ୍ୱାମୀଜୀଙ୍କ ପ୍ରତିମୂର୍ତ୍ତିକୁ ମଟୋଗଣ୍ଡା ଆଶ୍ରମ ପରିସରକୁ ନିଆଯାଇଥିଲା । ଏଥିରେ ଭାରତବର୍ଷ ର ବିଭିନ୍ନ ରାଜ୍ୟରୁ ୩ଜଣ ସନ୍ୟାସୀ ଯୋଗ ଦେଇଥିବାବେଳେ ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସ୍ୱାମୀ ଅଶୋକାନନ୍ଦ ଅଧ୍ୟକ୍ଷତା କରିଥିଲେ । ସ୍ୱାମୀ ପରେଶାନନଦ, ସ୍ୱାମୀ ଈଶ୍ୱରାନନ୍ଦ, ସ୍ୱାମୀ ମହେଶାନନ୍ଦପୁରୀ, ସ୍ୱାମୀ ସୁବେଧାନ୍ଦ, ସ୍ୱାମୀ ଆଶ୍ରମୟାନନ୍ଦ, ସ୍ୱାମୀ ସତ୍ରବେଦାନନ୍ଦ, ଆଚାର୍ଯ୍ୟ ମନୁଦେବ, ପର୍ଶୁରାମ ଦ୍ୱିବେଦୀ, ରମାକାନ୍ତ ମିଶ୍ର, ସୀତାବଲ୍ଳାଭ ମହାପାତ୍ର, ସପନ କୁମାର ପଟ୍ଟନାୟକ, କୁମାର ବିମଳଚନ୍ଦ୍ର ସିଂହଦେଓ, ସୁବାସଚନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ସ୍ୱାମୀଜୀଙ୍କ ସ୍ମୃତି ଚାରଣ କରିଥିଲେ ।

Omkar Vasthu
Omkar Vasthu


ଅଦ୍ରେତ୍ୟକୁମାର ପଣ୍ଡା ମଂଚ ପରିଚାଳନା କରିଥିବାବେଳେ ଗୋବିନ୍ଦ ଚନ୍ଦ୍ର ମହାନ୍ତି ଧନ୍ୟବାଦାର୍ପଣ କରିଥିଲେ । ପରିଶେଷରେ ଲୋକନୃତ ଘମୁରା ପ୍ରଦର୍ଶନ କରାଯାଇଥିଲା । ଆଶ୍ରମର କର୍ମୀମାନେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏଠାରେ ସୂଚନା ଥାଉ କି, ସ୍ୱାମୀ ବୈରାଗ୍ୟନନ୍ଦଜୀ ମହାରାଜ କଳାହାଣ୍ଡି ଜିଲ୍ଲା ମ.ରାମପୁରଠାରେ ଶ୍ରୀରାମକୃଷ୍ର ଆଶ୍ରମ ପ୍ରତିଷ୍ଠା କରି ବୃଦ୍ଧାଶ୍ରମ, ଆଦିବାସୀ, ଗରୀବ ଛାତ୍ରଛାତ୍ରୀଙ୍କ ନିମନ୍ତେ ହଷ୍ଟେଲ ସହିତ ବିଦ୍ୟାଳୟ, ଧର୍ମପ୍ରଚାର, ସ୍ୱାସ୍ଥ୍ୟ ସେବା, ଯୁବକମାନଙ୍କ ନିମନ୍ତେ ବିଭିନ୍ନ ଦକ୍ଷତାମୂଳକ ତାଲିମ ଶିବିର,ଜୀବନ ଶିକ୍ଷା,ସ୍ୱାମୀ ବିବେକାନନ୍ଦଙ୍କ ଏକ ବିରାଟ ପ୍ରତିମୂର୍ତ୍ତିକୁ ତାଙ୍କରି ୧୫୦ ତମ ଜୟନ୍ତୀ ବର୍ଷ ସାରା ଭାରତ ପରିକ୍ରମା, ଭାରତର ତତକାଳୀନ ରାଷ୍ଟ୍ରପତି ପ୍ରଣବ ମୂର୍ଖଜୀଙ୍କୁ ଆଶ୍ରମକୁ ଆଣିବା ଭଳି ଉଲେ୍‌ଖନୀୟ କାର୍ଯ୍ୟ କରିଯାଇଛନ୍ତି ଏବଂ ତାଙ୍କରି ତ୍ୟଗ ସ୍ୱରୂପ ମ.ରାମପୁର ଏବଂ ମଟୋଗଣ୍ଡାଠାରେ ଏକ ବିରାଟ ଆଶ୍ରମର ପ୍ରତିଷ୍ଠା କରାଇପାରିଛନ୍ତି । ମଟୋଗଣ୍ଡାଠାରେ ସ୍ୱାମୀ ବିବେକାନନ୍ଦ ମେମୋରିଆଲ ହଲ ଏକ ବିରାଟ ସଭାଗୃହ, ଯାହା ସେ ତିଆରି କରିଯାଇଛନ୍ତି । ତେଣୁ ସେ ସବୁବେଳେ ଆମ ସମସ୍ତଙ୍କ ହୃଦୟରେ ଚିର ଜୀବିତ ରହିବେ ବୋଲି ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.