୧୦ରେ ମୁଖ୍ୟମନ୍ତ୍ରୀଙ୍କ ନୂଆପଡା ଗ୍ରସ୍ତ: ୪ହଜାର କୋଟି ପ୍ରକଳ୍ପର ହେବ ଶିଳାନ୍ୟାସ ଓ ଉଦଘାଟନ


୧୨ଟି ସର୍କଲରେ ହେବ ସିଧା ପ୍ରସାରଣ- ଚଳଚଞ୍ଚଳ ବିଜେଡି ଶିବିର ଓ ଜିଲ୍ଲା ପ୍ରଶାସନ

ନୂଆପଡା: ଆସନ୍ତା ୧୦ ତାରିଖରେ ନୂଆପଡା ଜିଲ୍ଲା ଗ୍ରସ୍ତରେ ଆସୁଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଗ୍ରସ୍ତ ପାଇଁ ନୂଆପଡା ଜିଲ୍ଲା ପ୍ରଶାସନ ଚଳଚଞ୍ଚଳ ହୋଇ ଉଠିଛି। ନୂଆପଡା ଜିଲ୍ଲାର ୫ଟି ବ୍ଲକ ସିନାପାଲି, ବୋଡେ଼ନ, ଖରିଆର, କୋମନା ଓ ନୂଆପଡା ଏବଂ ପଡୋଶୀ ଜିଲ୍ଲା ବଲାଙ୍ଗୀରର ୩ଟି ପଂଚାୟତରେ ୪ହଜାର କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ବହୁ ପ୍ରତିକ୍ଷୀତ ନୂଆପଡା ଜିଲ୍ଲା ଖରିଆର ବ୍ଲକରେ ଥିବା ତିଖାଳି ଡେମ ଦୀର୍ଘ ୨୦ ବର୍ଷ ପରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ତିଖାଳି ଡେମ ପ୍ରକଳ୍ପରେ ନୂଆପଡା ଜିଲ୍ଲା ବୋଡେ଼ନ, ଖରିଆର, ସିନାପାଲି ଓ କୋମନା ବ୍ଲକର ୭୯ହଜାର ହେକ୍ଟର ଚାଷ ଜମିରେ ଜଳ ସେଚନ କରାଯାଇ ପରିବ।

ଖରିଆର ରାଜା ଏ.ଟି. ହାଇସ୍କୁଲ ପଡିଆରେ ମୁଖ୍ୟମନ୍ତ୍ରୀ ଏକ ବିଶାଳ ସଭାକୁ ସମ୍ବୋଧିତ କରିବା ସହିତ ନୂଆପଡା ଓ ଖରିଆର ବିଧାନସଭାର ୧୨ଟି ସର୍କଲରେ ଭିଡିଓ କଂଫ୍ରେନସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନକୁ ସିଧା ପ୍ରସାରଣ କରାଯିବାର ବ୍ୟବସ୍ଥା ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତକୁ ନେଇ ବିଜେଡି ଶିବିର ଚଳଚଞ୍ଚଳ ହୋଇ ଉଠଛି। ରାଜ୍ୟ ସଭା ସାଂସଦ ସୁଜିତ କୁମାର, ପୂର୍ବତନ ମନ୍ତ୍ରୀ ତଥା କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂ ଦେଓ, ନୂଆପଡା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ରାଜେନ୍ଦ୍ର ଢୋଲକିଆ, ନୂଆପଡା ଜିଲ୍ଲା ବିଜେଡି ସଭାପତି ମନୋଜ ମିଶ୍ର, ଜିଲ୍ଲା ପ୍ରର୍ଯ୍ୟବେକ୍ଷକ ସୌଭାଗ୍ୟ ନାୟକ, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲ ପ୍ରମୁଖ ଗାଁ ଗାଁ ବୁଲି ମାରାଥନ ବୈଠକ କରିଥିଲେ। ପରେ ତିଖାଳି ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅବତରଣ ପାଇଁ ପ୍ରସ୍ତୁତ ହୋଇଥିବା ହେଲିପେଡ ପରିଦର୍ଶନ କରି ଦେଖିଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତକୁ ନେଇ ବିଜେଡି ର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଥିବା ବିଧାୟକ ଶ୍ରୀ ଢୋଲକିଆ ଓ ଜିଲ୍ଲା ସଭାପତି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

ନୂଆପଡ଼ା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in