ସତ୍ୟନାରାୟଣ ପ୍ରୋଗ୍ରେସିଭ କ୍ଲବ ପକ୍ଷରୁ ରାତ୍ରି କାଳୀନ କ୍ରିକେଟ: ଗେମ ଚେଞ୍ଜର କନ୍ଦରପୁର ବିଜୟୀ


କଟକ: କଟକ ସଦର ବ୍ଲକ କିଶନନଗର ଉପକଣ୍ଠ ବରଦା ଗ୍ରାମ ସ୍ଥିତ ସତ୍ୟନାରାୟଣ ପ୍ରୋଗ୍ରେସିଭ କ୍ଲବ ଆନୁକୂଲ୍ୟରେ ଏକ ରାତ୍ରି କାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବରଦା ମିନିଘାଇ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସର୍ବମୋଟ ୮ଟି ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲ ମ୍ୟାଚ ଜୁନିୟର ଷ୍ଟାର ସିଦ୍ଧେଶ୍ୱରପୁର କ୍ରିକେଟ କ୍ଲବ ଓ ଗେମ ଚେଞ୍ଜର କନ୍ଦରପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଗେମ ଚେଞ୍ଜର କନ୍ଦରପୁର ୬ ଓଭରରେ ୪୬ ରନ କରି ବିଜୟ ଲାଭକରି ବିଜୟୀ ପଦକ ସହ ୭୦୦୦ ଟଙ୍କା ପୁରସ୍କାର ପାଇଥିବା ବେଳେ ଜୁନିୟର ଷ୍ଟାର ସିଦ୍ଧେଶ୍ୱରପୁର କ୍ରିକେଟ କ୍ଲବକୁ ରନର୍ସକପ ସହ ୫୦୦୦ ଟଙ୍କା ପ୍ରଦାନ କରାଯାଇଛି।


ଏହି ଟୁର୍ଣ୍ଣାମେଣ୍ଟର ଉଦଜାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦର ସଭାପତି ଯୁବ ସମାଜସେବୀ ଇଂ. ପ୍ରକାଶ ଚନ୍ଦ୍ର ସେଠୀ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ସମ୍ମାନୀତ ଅତିଥି ଭାବେ ଶୁଭଶାନ୍ତି ଡେଭଲପର ର ଅଧ୍ୟକ୍ଷ ସ୍ବରୂପ ସୁମନ ଦାସ, ଧୂଳେଶ୍ୱର ସାହୁ, ଫକୀର ଚରଣ ଦାସ, ଦୁଃଶାସନ ମାଝୀ, ଅଲେଖ ଚନ୍ଦ୍ର ଦାସ, କାଳନ୍ଦୀ ଚରଣ ଦାସ, ରବୀନ୍ଦ୍ର ସାହୁ, ଜଗଦୀଶ ଚନ୍ଦ୍ର ଦାସ, ଗୁରୁଚରଣ ଦଳାଇ, ସତ୍ୟପିର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଟୁର୍ଣ୍ଣାମେଣ୍ଟରକୁ ଅମ୍ପେୟାର ଭାବେ ପୂର୍ଣ୍ଣ ଚନ୍ଦ୍ର ତରାଇ, ହିମାଂଶୁ ଶେଖର ଦାସ, ଚନ୍ଦନ କୁମାର ବେହେରା ପରିଚାଳନା କରିଥିବାବେଳେ କ୍ଲବର ସମସ୍ତ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ।