ମା’ ମାଉଳୀ ଗ୍ରିନ୍ ବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ: ସର୍ଗିଗୁଡା ଚମ୍ପିଅନ୍


କୋକସରା, (ହିରଣ୍ୟ ବେହେରା): ମୁଷାପାଲି ପଞ୍ଚାୟତ ଖପ୍ରାମାଲ ଠାରେ ଚାଲିଥିବା ମା’ ମାଉଳୀ ଗ୍ରିନ ବଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଫାଇନାଲ ମ୍ୟାଚ ସହ ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ଖେଳଟି ଖପରାମାଲ ଓ ସର୍ଗିଗୁଡା କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଖପରାମାଲ ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧୨ଓଭର ରେ ୮ ୱିଇକେଟ ହରେଇ ୯୩ରନ ସଂଗ୍ରହ କରିଥିଲେ । ଜବାବରେ ସର୍ଗିଗୁଡା ଦଳ ୫ ୱିଇକେଟ ହରେଇ ୯୪ ରନ ସଂଗ୍ରହ କରି ବିଜୟ ହୋଇଥିଲା ।


ଫାଇନାଲ ମ୍ୟାଚ ର ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବ୍ଲକ ଅଧ୍ୟକ୍ଷ ବଳରାମ ପୁଝାରୀ ଯୋଗ ଦେଇଥିଲେ । ବିଧାୟକ ପ୍ରତିନିଧି ମାନସ ବାଗ, ମୁଷାପାଲି ସରପଞ୍ଚ ରଶ୍ମିରେଖା ରଉତ, ଖୁଣ୍ଟିଆ ସରପଞ୍ଚ ଧର୍ମବ୍ରତ ପଣ୍ଡା, ଚନ୍ଦ୍ର ଶେଖର ନାଏକ, ଗଦାଧର ଛତ୍ରିଆ, ଅଗସ୍ତି ପୁଝାରୀ ନାଭି ଚନ୍ଦ ପ୍ରମୂଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଭୟ ଚାମ୍ପିଅନ୍ ଦଳ ଓ ରର୍ନ୍ସ ଅପ ଦଳ କୁ ଟ୍ରଫି ସହିତ ପୁରସ୍କାର ପ୍ରଦାନ କରିଥିଲେ ।


ଏଥିରେ ଲାରା ମ୍ୟାନ ଅଫଦି ସିରିଜ ଓ ବାଞ୍ଚା ରାଜପୁତ ମ୍ୟାନ ଅଫଦି ମ୍ୟାଚ ବିବେଚିତ ହୋଇଥିଲେ । ସୌମ୍ୟ ଗୋପାଳ ଓ ଲିଙ୍ଗରାଜ ରାଉତ ଖେଳକୁ ପରିଚାଳନା କରିଥିଲେ । ଲଲିତ କନ୍ଦପାନ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ । ଅୟୋଜକ ଅନୁଷ୍ଠାନର ସଭାପତି ମିଟୁଭାଇ, ଛବି ରାଉତ, ବାଞ୍ଚା ଛତ୍ରିଆ, ଭୋଲା ରାଉତ, ବିକାଶ ରାଉତ, ମୁକ୍ତେ ପୁଝାରୀ, ସୁରେନ୍ଦ୍ର ବାଗ, ଦିବ୍ୟ ବାଗ, ନରାୟଣ ରାଉତ, ସୁରେଶ ଚନ୍ଦନ ପ୍ରମୁଖ ଉପସ୍ଥିତ ରହି ପରିଚାଲନା ରେ ସହଯୋଗ କରିଥିଲେ ।