ମା’ ଭୈରବୀ ଯୁବକ ସଂଘର ନକ୍ଆଉଟ୍ କ୍ରିକେଟ୍ ଉଦଯାପିତ: ଅମ୍ବାଦଳା ଚାମ୍ପିଅନ୍


ଲାଞ୍ଜିଗଡ଼: କେନ୍ଦୁଗୁଡା ମା’ ଭୈରବୀ ଯୁବକ ସଂଘ ପକ୍ଷରୁ ଆରମ୍ଭ ହୋଇଥିବା ନକ୍ ଆଉଟ୍ କ୍ରିକେଟ୍ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍ ରାୟଗଡା ଜିଲ୍ଲା ଅମ୍ବାଦଳା ଓ ଲାଞ୍ଜିଗଡ ଆଶ୍ରମପଡା ମଧ୍ୟରେ ହୋଇଥିଲା। ଅମ୍ବାଦଳା ପ୍ରଥମେ ଟସ୍ ଜିତି ବ୍ୟାଟିଂ କରି ୧୨ ଓଭରରେ ୫ ଉଇକେଟ୍ ରେ ୧୨୧ ରନ୍ କରିଥିବା ବେଳେ ଆଶ୍ରମପଡା ୧୧ ଓଭର ୩ ବଲରେ ୬୨ ରନ୍ କରି ଅଲଆଉଟ୍ ହୋଇ ପରାଜିତ ହୋଇଥିଲା।


ଉଦଯାପିନୀ ମ୍ୟାଚରେ ଲାଞ୍ଜିଗଡ ବ୍ଲକ ଉପାଧ୍ୟକ୍ଷା ତୁଳସୀ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ସମ୍ମାନୀତ ଅତିଥି ଭାବେ ବେଦାନ୍ତ ସିଏସଆର ଶ୍ରୀମୁଖ ଅଗସ୍ତି ଉପସ୍ଥିତ ଥିଲେ। ଏହି ମ୍ୟାଚରେ ରାଜେନ୍ଦ୍ର ନାଗ ଓ ଜିତୁ ବାତ୍ରା ଖେଳ ପରିଚାଳନା କରିଥିବାବେଳେ ଏସ. ଅଗସ୍ତି ଧାରାବିବାରଣୀ ଓ ସିବାସେନ ନାଗ ସ୍କୋର ବୋର୍ଡରେ ସହଯୋଗ କରିଥିଲେ।

କେନ୍ଦୁଗୁଡା ଖେଳ ପଡ଼ିଆରେ ଆୟୋଜିତ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟ ଓ ଉଦଜାପନୀ ସମାରୋହକୁ ମା’ ଭୈରବୀ ଯୁବକ ସଂଘର ତପନ କୁମାର ନାଗ, ଦିଲ୍ଲୀପ ମାଝୀ, କୁନା ମାଝୀ, ଅଙ୍କିତ ନାଗ, ଡମ୍ବରୁ ନାଗ ଓ ସଂଘର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in