ମୁନିଗୁଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶିକ୍ଷାର୍ଥୀ ରାଜ୍ୟସ୍ତରରେ ପୁରସ୍କୃତ


ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳା ମୁନିଗୁଡା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ଫାଲଗୁନୀ ବାଗ ୨୦୨୦ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଜିଲ୍ଳା ସ୍ତରରୁ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ଭର୍ଚୁଆଲ ମାଧ୍ୟମରେ ପୁରସ୍କୃତ ଓ ସମ୍ମାନୀତ କରିଛନ୍ତି । ଜିଲ୍ଳା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥି ଉକ୍ତ ପୁରସ୍କାର ଓ ଅର୍ଥରାଶି ପ୍ରଦାନ କରିଥିଲେ । ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପି. ସୁରେଶ କୁମାର, ସହଶିକ୍ଷକ ପତିତପାବନ ଜେନା, ହିନ୍ଦି ଶିକ୍ଷକ ଅରୁଣ କୁମାର ସାହୁ, ଶିକ୍ଷକ ଅଚ୍ୟୁତାନନ୍ଦ ମିଶ୍ର, ଶିକ୍ଷୟତ୍ରୀ ଅନ୍ନପୂର୍ଣ୍ଣା ଗିରି, ଶିକ୍ଷୟତ୍ରୀ ରଶ୍ମିତା ଦିଗାଲ, ଲଣ୍ଡା ବ୍ରେଡେକା, ଶ୍ରୀମତି ମାନସୀ ମହାନ୍ତି, ଶ୍ରୀମତି ଇତିଶ୍ରୀ ପ୍ରିୟଦର୍ଶନୀ, କିଶୋର ପ୍ରଧାନ, ସନ୍ତୋଷ ବାଥଲିଆ ଶିକ୍ଷକ ବର୍ତମାନ କାର୍ଯ୍ୟରତ ସଫଳତା ପାଇଁ ଅଭିଭାବକ ତଥା ସ୍ଥାନୀୟ ବୁଦ୍ଧିଜୀବି ମହଲରୁ ଶୁଭେଚ୍ଛା ସାଧୁବାଦ ଜଣାଇବା ସହିତ ବିଦ୍ୟାଳୟର ସୁନାମ ବଜାୟ ରଖିବାକୁ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।