ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଯୁବକ ଗିରଫ


ପୋକସୋ ଆକ୍ଟରେ ଗିରଫ ହୋଇ କୋର୍ଟ ଚାଲାଣ ହେଲା ଅଭିଯୁକ୍ତ

ନୂଆପଡା: ନାବାଳିକା ଜଣକୁ ଦୁଷ୍କର୍ମ ଅଭିଯୋଗରେ ନୂଆପଡା ସଦର ଥାନା ପୋଲିସ ଗୁରୁବାର ସନ୍ଧ୍ୟାରେ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ନୂଆପଡା ଏନ.ଏ.ସି. ସ୍ଥିତ ଜଣେ ନାବାଳିକାକୁ ସାରବଙ୍ଗ ପଂଚାୟତ ଭଏଁସମୁଣ୍ଡି ଗାଁର ଭରତଲାଲ ପାଣ୍ଡେ ପ୍ରେମ କରିବା ବାହାନାରେ ଦୁଷ୍କର୍ମ କରିଥିଲା। ଏ ନେଇ ପରିବାର ଲୋକେ ମାର୍ଚ୍ଚ ୧୫ତାରିଖରେ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ସକ୍ରିୟ ଭାବେ ଘଟଣାର ତଦନ୍ତ କରି ଅଭିଯୁକ୍ତ ଭରତ ଲାଲ ପାଣ୍ଡେକୁ କେସ ନମ୍ବର ୪୨/୨୧ ଦଫା ୩୭୬(୨) (ଏନ) ଓ ପୋକସୋ ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରିଥିବା ସଦର ଥାନା ଏସ.ଆଇ. ବିନୟ କେରକେଟା ସୂଚନା ଦେଇଛନ୍ତି।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in