ନବ ବିବାହିତାଙ୍କୁ ଅପହରଣ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ


ନୂଆପଡା: କୋମନା ବ୍ଲକ ରେଙ୍ଗ ଗାଁର ନବ ବିବାହିତା ଦାମ୍ପତ୍ତିଙ୍କୁ ଅପହରଣ କରି ନେଇଯିବା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ନୂଆପଡା ସଦର ପୋଲିସ ଥାନା ଗିରଫ କରିଛି। ଅଭିଯୁକ୍ତକୁ ପଚରା ଉଚୁରା ପରେ ଆପହାରଣ ପଛରେ ବିବାହିତ ନବ ବଧୂ ସହିତ ମୁଖ୍ୟ ଅଭିଯୁକ୍ତଙ୍କ ପ୍ରେମ ସମ୍ପର୍କ ଥିବା ଜଣା ପଡିଛି। ମୁଖ୍ୟ ଅଭିଯୁକ୍ତ ଜୋଙ୍କ ଥାନା ପରକୋଡ଼ ଗାଁର ହୋମେଶ ଦଣ୍ଡସେନା ଉର୍ଫ ମନୋଜ। ପ୍ରକାଶ ଯେ, ଗତ ଫେବୃଆରୀ ୧୬ ତାରିଖରେ ରେଙ୍ଗ ଗାଁର ରମେଶ ରଣା (୨୫)ଙ୍କ ବିବାହ ହୋଇଥିଲା। ଫେବୃଆରୀ ୨୧ ତାରିଖରେ ତାଙ୍କ ସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ନାହଁ ଓ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଇବା ପାଇଁ ରମେଶଙ୍କୁ କହିଥିଲେ। ଉଭୟ ସ୍ୱାମୀ ସ୍ତ୍ରୀ ବାଇକରେ ପ୍ରଥମେ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆସିଥିଲେ। ପରେ ଖରିଆର ରୋଡରେ ଭଲ ଚିକିତ୍ସା ହୋଇ ପାରିବ ବୋଲି ରମେଶଙ୍କୁ କହି ଖରିଆର ରୋଡ ଅଭିମୁଖେ ଯାତ୍ରା କରିଥିଲେ। ଅଧା ବାଟ ସିଲଧା ଗାଁ ଛକ ନିକଟରେ ଉଭୟ ନବ ବିବାହିତାଙ୍କୁ ଅଟକାଇ ପରକୋଡ଼ର ହୋମେଶ ଲିଫ୍ଟ ମାଗି ଥିଲେ। ପରେ କଥା କଥାରେ ଉଭୟ ଙ୍କୁ ଛତିଶଗଡ଼ର ନାଗପୁର (ଦୁର୍ଗ )କୁ ନେଇ ଯାଇଥିଲେ। ସେଠାରେ ହୋମେଶ ତାଙ୍କ କିଛି ବନ୍ଧୁଙ୍କ ସହିତ ମିଶି ରମେଶକୁ ମାଡ଼ ମାରି ନବ ବିବାହିତାକୁ ଅପହରଣ କରି ନେଇ ଯାଇଥିଲେ। ପରେ ସେଠାରୁ ରମେଶ ନିଜ ଜୀବନ ବଞ୍ଚାଇ ଏକ ପେଟ୍ରୋଲ ପମ୍ପ ରେ ଆଶ୍ରୟ ନେଇ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ରମେଶଙ୍କୁ ସେଠାରୁ ଉଦ୍ଧାର କରି ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏହି ଘଟଣାର ଦୁଇ ଦିନ ପରେ ନବ ବିବାହିତାକୁ ପୋଲିସ ଉଦ୍ଧାର କରି କୋମନା ଆଣିଥିଲା। ହେଲେ ରମେଶଙ୍କ ସ୍ତ୍ରୀ କିଛି ନ କହିବାରୁ ତାଙ୍କୁ କୋମନା ସ୍ବଧାର ଗୃହରେ ରଖା ଯାଇଥିଲା। ବର୍ତମାନ ସେ ସ୍ଵଧାର ଗୃହରୁ ମଧ୍ୟ ଫରାର ଅଛନ୍ତି। ତେବେ ଏ ନେଇ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ବ କରିଥିଲା। ଖରିଆର ରୋଡ଼ ସହରରେ ଚଢ଼ାଉ କରି ପୋଲିସ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ହୋମେଶ ଦଣ୍ଡସେନାକୁ ଗିରଫ କରିଛି। ଗୁରୁବାର ସଂନ୍ଧ୍ୟାରେ ଅଭିଯୁକ୍ତ ହୋମେଶକୁ କୋର୍ଟ ଚାଲାଣ କରିଥିବା ସଦର ଥାନା ଏସ.ଆଇ. ବିନୟ କେରକେଟା ସୂଚନା ଦେଇଛନ୍ତି।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in