ଉତ୍କଳ ଦିବସକୁ ବିରୋଧ କଲେ କଳାହାଣ୍ଡିର କୋଶଳ ସଂଗ୍ରାମୀ

କଳାହାଣ୍ଡି: କଳା ପତାକା ଦେଖାଇ ଉତ୍କଳ ଦିବସକୁ ବିରୋଧ କଲେ କଳାହାଣ୍ଡି କୋଶଲ ସଂଘ। ଆଜି ସଂଘର ସୁବାଷ ବଗର୍ତ୍ତି, ପପୁ ସେନାପତି, ଦାମୋଦର ବର୍ଗତ୍ତି, ଦୁଷ୍ମନ୍ତ ସାହୁ, ନିତେଶ ତାଣ୍ଡି ପ୍ରମୁଖ ଉପସ୍ଥିତ ରହି କଳା ଦିବସ ପାଲନ କରିଛନ୍ତି। ସଂଘ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ଯେ, ପଶ୍ଚିମାଞ୍ଚଳର ୧୦ଟି ଜିଲ୍ଳା ପ୍ରତି ସବୁବେଳେ ଓଡ଼ିଶା ସରକାର ବୈମାତୃକ ମନୋଭାବ ଦେଖାଇ ଆସିଛନ୍ତି। ‌ଏହି ଅଞ୍ଚଳ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ କ୍ଷେତ୍ରରେ ଅବହେଳିତ ହୋଇ ରହିଥିବାବେଳେ ଭାଷା ସଂସ୍କୃତି ସଭ୍ୟତାକୁ ସବୁବେଳେ ଅଣଦେଖା କରାଯାଉଛି। ଯେତେବେଳେ ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା। କଲିଙ୍ଗ, ଉତ୍କଳ, କୋଶଳ ଭୁଖଣ୍ଡକୁ ନେଇ ଗଠିତ କିନ୍ତୁ କୋଶଲର ନାଁ ମଧ୍ୟ ଇତିହାସ ରେ ସ୍ଥାନ ଦେଲେ ନାହିଁ କି ଆମର ପରମ୍ପରାକୁ ମଧ୍ୟ ସମ୍ମାନ ଦେଲେ ନାହିଁ। ସବୁ ବେଳେ ଉତ୍କଲ, କଲିଙ୍ଗ ସଂସ୍କୃତିକୁ ଏହି ଅଞ୍ଚଳବାସୀଙ୍କ ଉପରେ ଲଦି ଦିଆଯାଇଛି ବୋଲି ସଂଗ୍ରାମୀମାନଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି। ଆଗକୁ ସରକାର ଯଦି ସଚେତନ ନହୁଅନ୍ତି ତେବେ ଆନ୍ଦୋଳନ ତିବ୍ର ହେବା ସହ କୋଶଲ ରାଜ୍ୟ ପାଇଁ ଲଢେଇ ହବ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.