କାର୍ଯ୍ୟରେ ଅବହେଳା ଓ ବିଶୃଙ୍ଖଳିତ ଆଚରଣ ପାଇଁ ହେଲେ ବହିଷ୍କୃତ
ନୂଆପଡା: ନିଜ ପଦରୁ ବହିଷ୍କୃତ ହେଲେ ନୂଆପଡା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବଳଦେବ ରଥ। କାର୍ଯ୍ୟରେ ଅବହେଳା ପ୍ରଦର୍ଶନ ଅଭିଯୋଗ ଆସି ଥିବାରୁ ତାଙ୍କୁ ଜିଲ୍ଲପାଳ ସ୍ଵଧାଦେବ ସିଂ ବହିଷ୍କାର କରିଥିବା ସୂଚନା ମିଳିଛି। ସୂଚନା ଅନୁସାରେ ଗତ କିଛି ବର୍ଷ ହେବ ବଳଦେବ ରଥ ନୂଆପଡା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ। ଗତ ମାସେ ତଳେ ରାଜ୍ୟ ଶିଶୁ ସୁରକ୍ଷା ନିର୍ଦେଶକ କୌଣସି ଏକ କାରଣକୁ ନେଇ କାରଣ ଦର୍ଶାଅ ନୋଟିସ ଦେଇଥିଲେ। କିନ୍ତୁ ଏହାର ପ୍ରତିଉତ୍ତର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରଥ ଦେଇପାରି ନ ଥିଲେ ଓ ନିଜ କାର୍ଯ୍ୟ ରେ ବିଶୃଙ୍ଖଳା କରିଥିବାରୁ ଜିଲ୍ଲପାଳ ମହୋଦୟା ତାଙ୍କୁ ବହିଷ୍କୃତ କରିଥିବାର ସୂଚନା ମିଳିଛି।
ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in