ସିଆରପିଏଫ୍ ୬୪ ବାଟାଲିୟନ୍ ପକ୍ଷରୁ ପାଣିଟ୍ୟାଙ୍କ, ଇକ୍ୱାଗାର୍ଡ, ସୋଲାର ଲାଇଟ୍ ଓ ଛତା ବଣ୍ଟନ


ଲାଞ୍ଜିଗଡ: କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟକୁ ଦ୍ଵାରା ଆଇ.ଜି.ପି. ଓଡିଶା ସେକ୍ଟର ଏସକେ ମିଶ୍ରଙ୍କ ନିର୍ଦେଶ କ୍ରମେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ସିକେରକୁପା ସ୍ଥିତ ୬୪ ବାଟାଲିୟନ୍ ସିଆରପିଏଫ୍ କମାଣ୍ଡେଟ୍ ବିପ୍ଲବ ସରକାର, ଆସିଷ୍ଟାଣ୍ଟ କମାଣ୍ଡେଟ୍ ଓମ୍ ପ୍ରକାଶ, ଇନିଷ୍ପେକ୍ଟର ହରି ପ୍ରସାଦଙ୍କ ଉପସ୍ଥିତିରେ ଲାଞ୍ଜିଗଡ଼ରୋଡ଼ ଗ୍ରାମ ପଞ୍ଚାୟତର ସରକାରୀ ଉଚ୍ଚ ବିଦ୍ୟାଳୟ କାଉଗୁଡା ଠାରେ ୫୦୦ ଲିଟର ବିଶିଷ୍ଟ ଗୋଟିଏ ପାଣିଟାଙ୍କି ଓ ଗୋଟିଏ ଆକ୍ୱାଗାର୍ଡ ବିତରଣ କରାଯାଇଛି।

(କ୍ଲିକ୍ କରି ଦେଖନ୍ତୁ ଭିଡିଓ 🖕)

ଏହାସହ ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତର ଦୂର୍ଗମ ଲାଞ୍ଜିପଦର ଗାଁରେ ବିଜୁଳି ସଂଯୋଗ ହୋଇନଥିବା ଯୋଗୁଁ ସେହି ଗ୍ରାମରେ ୬୪ ବାଟାଲିୟନ ସିଆରପିଏଫ୍ ତରଫରୁ ତିନୋଟି ସୋଲାର ଲାଇଟ୍ ସଂଯୋଗ କରାଯାଇଥିଲା। ଗ୍ରୀଷ୍ମ ଦାଉରୁ ରକ୍ଷା ପାଇବା ପାଇଁ ବୃଦ୍ଧ, ବୃଦ୍ଧାଙ୍କୁ ଛତା ବଣ୍ଟନ କରାଯାଇଛି।
କାର୍ଯ୍ୟକ୍ରମରେ ୬୪ ବାଟାଲିୟନର ସିଆରପିଏଫ୍ ଯବାନମାନେ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ସିଆରପିଏଫ ପକ୍ଷରୁ ଏଭଳି ମହତ କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।

ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in