ରାୟଗଡ, (ଶିବ ନାରାୟଣ ଗୈାଡ): କୋଭିଡ ନିୟମକୁ ପାଳନ କରି ଜିଲ୍ଳା ଆଇନ ସେବା ପ୍ରାଧିକରଣ (ଡିଏଲଏସଏ) ରାୟଗଡ ତତ୍ୱାବଧାନରେ ରାୟଗଡ ଜିଲ୍ଳା ସିଭିଲ କୋର୍ଟ ପରିସରରେ ଆଜି ପ୍ରଥମ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ରାୟଗଡ ମୁଖ୍ୟ କୋର୍ଟ ସମେତ ଗୁଣପୁର, ବିଷମକଟକ, କାଶିପୁରରେ ଦୀର୍ଘ ଦିନ ଧରି ପଡି ରହିଥିବା ୯୯ଟି ମାମଲାର ଫଇସଲା ହୋଇ ଜୋରିମାନା ବାବଦକୁ ୮୫,୦୪,୨୭୭ଟଙ୍କା ଓ ପ୍ରିଲିଟିଗେସନ୍ ସମ୍ବନ୍ଧୀତ ୨୦ଟି ମାମଲାର ଫଇସଲା ହୋଇ ଜୋରିମାନା ବାବଦକୁ ୨,୦୫,୨୦୦ଟଙ୍କା ଆଦାୟ କରାଯାଇଥିଲା । ଏହି ଲୋକ ଅଦାଲତ ଜିଲ୍ଳା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଳା ଦୈାରାଜଜ୍ ମଳୟ ରଂଜନ ଦାଶଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ଥାୟୀ ଲୋକ ଅଦାଲତର ଜଜ୍ ହିମାଂଶୁ ଶେଖର ବ୍ରହ୍ମା, ପରିବାର ଲୋକ ଅଦାଲତର ଜଜ୍ ଆଶିଷ କୁମାର ତ୍ରିପାଠୀ, ରେଜିଷ୍ଟର ଶ୍ରୀମତି ପ୍ରତିମା ପାତ୍ର,ବରିଷ୍ଠ ଦଣ୍ଡାଧିକାରୀ ମନୋରଂଜନ ଦାସ, ବରିଷ୍ଠ ଦେୱାନୀ ବିଚାରପତି ସୁଶାନ୍ତ କୁମାର ମିଶ୍ର, ଡିଏଲଏସଏ ସଂପାଦକ ମନୋରଂଜନ ମିଶ୍ର, ଅନୁବିଭାଗୀୟ ଦଣ୍ଡାଧିକାରୀ ରାଜେନ୍ଦ୍ର କୁମାର ଦାସ, ନ୍ୟାୟାଧିକାରୀ, ଗ୍ରାମ୍ୟନ୍ୟାୟାଳୟ ଶ୍ରୀମତି ସୁବାସିନି ବେହେରା, ପ୍ରଥମ ଶ୍ରେଣୀ ଦଣ୍ଡାଧିକାରୀ ସୋଭନ କୁମାର ପଣ୍ଡା,ଗୁରୁଚରଣ ଜେନାମଣି ପ୍ରମୁଖ ଯୋଗ ଦେଇଥିଲେ । ରାଜ୍ୟ ସରକାରଙ୍କ କୋଭିଡ ଗାଇଡଲାଇନ ଅନୁଯାୟୀ ମାସ୍କ ପିନ୍ଧି, ସାମାଜିକ ଦୂରତ୍ୱ ରକ୍ଷା କରି ଲୋକମାନେ ଏହି ଲୋକ ଅଦାଲତରେ ଅଂଶ ଗ୍ରହଣ କରିଥିଲେ ।





