ପରିବାର ଅଦାଲତରେ ସମାଧାନ ହେଲା ପାରିବାରିକ ସମସ୍ୟା

ଦୀର୍ଘ ବର୍ଷ ପରେ ଯୋଡି ହେଲା ସ୍ୱାମୀ’ସ୍ତ୍ରୀଙ୍କ ସଂପର୍କ

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳା ଦୈାରାଜଜ୍ ଅଦାଲତ ଦ୍ୱାରା ପରିଚାଳିତ ଜାତୀୟ ଲୋକ ଅଦାଲତ ଅବସରରେ ରାୟଗଡ ପରିବାର ଅଦାଲତ ତରଫରୁ ଦୀର୍ଘ ବର୍ଷରୁ ଚାଲି ଆସିଥିବା ଏକ ପାରିବାରିକ ସମସ୍ୟାର ସମାଧାନ ହୋଇପାରିଛି । ପ୍ରକାଶ ଥାଉ କି, ରାୟଗଡ ଜିଲ୍ଳା ପଦ୍ମପୁର ବ୍ଳକର ତଥା ବର୍ତମାନକୁ ରାୟଗଡ ସହରର ଡିଏଫଓ ଅଫିସ ନିକଟରେ ରହି ଆସୁଥିବା ବାବୁ ସାହୁଙ୍କ ସ୍ତ୍ରୀ କାମିନୀ ସାହୁ ନିଜ ପରିବାର ଅର୍ଥାଥ୍ ସ୍ୱାମୀ ଓ ଶାଶଙ୍କ ସହ ମନାନ୍ତର ହୋଇ ନିଜ ମା ଘରକୁ ଗତ ୨୦୧୭ ମସିହାରୁ ଚାଲିଯାଇଥିଲେ । ତେବେ ସ୍ୱାମୀ ବାବୁ ସାହୁ ନିଜ ସ୍ତ୍ରୀଙ୍କୁ ଘରକୁ ଆଣିବା ପାଇଁ କୂଳ, ପରମ୍ପରା ଓ ଭଦ୍ର ଲୋକଙ୍କ ଦ୍ୱାରା ବହୁତ ପ୍ରୟାସ କରିଥିଲେ ମଧ୍ୟ କାମିନୀ ଘରକୁ ଫେରି ନ ଥିଲେ । ଏଣୁ ବାବୁ ସାହୁ ବାଧ୍ୟ ହୋଇ ରାୟଗଡ ପରିବାର ଅଦାଲତରେ ସିପି ନମ୍ବର ୧୦୦/୨୦୧୯ରେ ଏକ ମକର୍ଦ୍ଦମା ଦାୟର କରିଥିଲେ । ଉକ୍ତ ମକର୍ଦ୍ଦମାକୁ ଅଦାଲତର ବିଚାରପତି ଆଶିଷ କୁମାର ତ୍ରିପାଠୀ ଓ ବାବୁ ସାହୁଙ୍କ ତରଫରୁ ଓକିଲ ପ୍ରଦୀପ କୁମାର ସାହୁ ପରିଚାଳନା କରୁଥିଲେ । ରାୟଗଡ ପରିବାର ଅଦାଲତର ପ୍ରୟାସ ପରେ ଆଜି ଉଭୟ ସ୍ୱାମୀ ବାବୁ ସାହୁ ଓ ସ୍ତ୍ରୀ କାମିନୀ ପରିବାର ଅଦାଲତରେ ଉପସ୍ଥିତ ରହି ମିିଳିମିଶି ରହିବା ଓ ଭବିଷ୍ୟତରେ କୈାଣସି ଅଶାନ୍ତି ସୃଷ୍ଟି ନ କରିବା ପାଇଁ ପ୍ରତିଶୃତି ଦେଇ ପୁଣି ଥରେ ନିଜର ବୈବାହିକ ଜୀବନକୁ ଶାନ୍ତିରେ କଟାଇବାରେ ସାହାର୍ଯ୍ୟ କରିଥିବାରୁ ପରିବାର ଅଦାଲତଙ୍କୁ କୃତଞତା ଜଣାଇଥିଲେ । ସେହିପରି ପରିବାର ଅଦାଲତର ଶିରୋସ୍ତଦାର ଶତପଥି ଓ ବରିଷ୍ଠ କିରାଣୀ ଶ୍ରୀ ପଣ୍ଡା ଉଭୟଙ୍କୁ ମିଳାମିଶାରେ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.