ଗାଁ କଲ୍ୟାଣ ସମିତି ଓ ବେସରକାରୀ ସଂସ୍ଥା ‘ଚନ୍ଦ୍ରମା’ର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଲା କାର୍ଯ୍ୟକ୍ରମ
ବୌଦ୍ଧ: ବୌଦ୍ଧ ବ୍ଲକ ପଦ୍ମନପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ବଡ଼ଖଲିଗାଁ ଏବଂ ଗୋଛାପଡା ଗାଁ କଲ୍ୟାଣ ସମିତି ଓ ବେସରକାରୀ ସଂସ୍ଥା ଚନ୍ଦ୍ରମାର ମିଳିତ ଆନୁକୂଲ୍ୟରେ ଜାତୀୟ ନିରାପଦ ମାତୃତ୍ବ ଦିବସ ପାଳିତ ହୋଇ ଯାଇଛି। ଏହି ଦିବସ ରେ ଗ୍ରାମର ମା ମାନଙ୍କୁ “ନିରାପଦ ମାତୃତ୍ବ ସଂପର୍କରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯାଇ ସଚେତନ କରାଯାଇଥିଲା। କେବଳ ସେତିକି ନୁହେଁ ବର୍ତ୍ତମାନ ପରିସ୍ଥିତିରେ କରନା ମହାମାରୀର ଦ୍ବିତୀୟ ଲହରୀର ଆଗମନ ଓ ତା’ର ମୁକାବିଲା କରିବା, କରୋନା ଟୀକା ଗ୍ରହଣ କରିବା, ମାସ୍କ ବ୍ୟବହାର କରିବା, ବାରମ୍ବାର ହାତ ଧୋଇବା ଇତ୍ୟାଦି ବାବଦରେ ବିଶଦ ଭାବରେ ଆଲୋଚନା କରାଯାଇ ସଚେତନତାର ବାର୍ତ୍ତା ଦିଆ ଯାଇଥିଲା। କାର୍ଯ୍ୟକ୍ରମରେ ପଦ୍ମନପୁର ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରତାପ କିଶୋର ପରିଡା, ବଡ ଖଲିଗାଁର ୱାର୍ଡମେମ୍ବର ସଫଳା ଅମାତ, ଅଙ୍ଗନବାଡି କର୍ମୀ ପଦ୍ମlଳୟା ସାହୁ, ସତ୍ୟଭାମା ରାଣା ଆଶା କର୍ମୀ ଏବଂ ବେସରକାରୀ ସଂସ୍ଥା ଚନ୍ଦ୍ରମାର କର୍ମକର୍ତ୍ତା ଯୋଗ ଦେଇ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ। ଶେଷରେ ଚନ୍ଦ୍ରମାର ସହ-ସମ୍ପାଦକ ସୁମନ୍ତ ମେହେର ସମସ୍ତ ଗ୍ରାମବାସୀ ଓ କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ଦେଇଥିଲେ।
ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ OdiaBarta.in





