ସାମ୍ବାଦିକ ଅଭିରାମ ନନ୍ଦଙ୍କୁ ଜାତିଆଣ ଆକ୍ଷେପ: ବିଭିନ୍ନ ମହଲରୁ ନିନ୍ଦା

କଳାହାଣ୍ଡି: ନର୍ଲା ବ୍ଲକର କାର୍ଯ୍ୟରତ ସାମ୍ବାଦିକ ଅଭିରାମ ନନ୍ଦଙ୍କୁ ଅମାନବୀୟ ଭାବେ ମୁଣ୍ଡାପଲା ଗାଁର ଧନୁର୍ଯ୍ୟ ସାହୁ ଜାତିଆଣ ଆକ୍ଷେପ, ଅଭଦ୍ର ଭାଷାରେ ଗାଳିଗୁଲଜ ଓ ଧକ୍କା ମାରିବା ଘଟଣାକୁ ତିବ୍ର ନିନ୍ଦା କରିଛନ୍ତି କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସଂଗଠନ। କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ (ଓୟୁଜେ) ସଭାପତି କମ୍ବୁପାଣି ମିଶ୍ର ଏହି ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିବାସହ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି। ଯଦି ପୋଲିସ ପ୍ରଶାସନ ପକ୍ଷରୁ ଦୋଷୀମାନଙ୍କୁ ପ୍ରତି କୈାଣସି ପଦକ୍ଷେପ ଗ୍ରହଣ କରାନଯାଏ ତେବେ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଛନ୍ତି।

Omkar Vasthu
Omkar Vasthu

ଦିନକୁ ଦିନ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ଘଟଣା ବୃଦ୍ଧି ପାଉଥିବାରୁ ଏହାକୁ ନେଇ ଜିଲ୍ଲାର ବୁଦ୍ଧିଜୀବୀମାନେ ଚିନ୍ତିତ ଅଛନ୍ତି। ସାମ୍ବାଦିକ ଅଭିରାମ ନନ୍ଦଙ୍କ ପ୍ରତି ହୋଇଥିବା ଜାତିଆଣ ଆକ୍ଷେପକୁ ସେମାନେ ଘୋର ନିନ୍ଦା କରିଛନ୍ତିି। ଏହାସହ କଳାହାଣ୍ଡି ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘ ପକ୍ଷରୁ ମଧ୍ୟ ଏହି ଘଟଣାକୁ ତିବ୍ର ନିନ୍ଦା କରାଯାଇଛି। ସଂଘର ସାଧାରଣ ସମ୍ପାଦକ ରଜନୀକାନ୍ତ ମିଶ୍ର କହିଛନ୍ତି ଯେ, ସାମ୍ବାଦିକ ଅଭିରାମ ନନ୍ଦଙ୍କ ଉପରେ ହୋଇଥିବା ଦୁର୍ବ୍ୟବହାରକୁ କଳାହାଣ୍ଡି ପେଶାଦାର ସାମ୍ବାଦିକ ସଂଘ ତିବ୍ର ବିରୋଧ କରୁଛି।

Pearl dental clinic
Near Ashish Medical Store, Bhawanipatna

ଆଜି ସମାଜରେ ଜଣେ ସାମ୍ବାଦିକ ସୁରକ୍ଷିତ ନୁହଁ। ଅନେକ ସମୟରେ ସେମାନଙ୍କ ଉପରେ ଆକ୍ରମଣ ହେବାସହ ତାଙ୍କର କଲମ ବନ୍ଦ କରିବାକୁ ଅପଚେଷ୍ଟା କରାଯାଉଛି। ଯାହା ଏକ ସୁସ୍ଥ ସମାଜ ଗଠନ ପାଇଁ ଶୁଭଙ୍କର ନୁହଁ ବୋଲି ନର୍ଲା ସାମ୍ବାଦିକ ୟୁନିୟନ (ଓୟୁଜେ) ପକ୍ଷରୁ ମତ ପ୍ରକାଶ ପାଇଛି। ସାମ୍ବାଦିକ ଅଭିରାମ ନନ୍ଦଙ୍କ ଉପରେ ହୋଇଥିବା ଜାତିଆଣ ଆକ୍ଷେପକୁ ୟୁନିୟନର ବରିଷ୍ଠ ସଦସ୍ୟ ଲିଙ୍ଗରାଜ ମିଶ୍ରଙ୍କ ସମେତ ସମସ୍ତ ସଦସ୍ୟ ବିରୋଧ କରିବାସହ ତାଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ପାଇଁ ସେମାନେ ଦାବି କରିଛନ୍ତି।

Udyog Nursery
Udyogi Nursery

ମ.ରାମପୁର ସାମ୍ବାଦିକ ସଂଘର ସଭାପତି ଶୁଭେନ ପଟ୍ଟନାୟକଙ୍କ ସମେତ ସମସ୍ତ କାର୍ଯ୍ୟକର୍ତ୍ତା ସାମ୍ବାଦିକ ଅଭିରାମ ନନ୍ଦଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାରକୁ ତିବ୍ର ନିନ୍ଦା କରିବାସହ ଦୋଷିମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି। ଏନେଇ କିଛି ଦିନ ତଳେ ସଂଘର ଏକ ବୈଠକ ଆୟୋଜିତ ହୋଇଥିଲା।

ଅଭିରାମ ନନ୍ଦଙ୍କ ଉପରେ ଜାତିଆଣ ଆକ୍ଷେପ ଓ ଅଭଦ୍ର ଭାଷା ପ୍ରୟୋଗକୁ ନେଇ ଜିଲ୍ଲାର ଡମ୍ ସମାଜ ପକ୍ଷରୁ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି। ନର୍ଲା ବ୍ଲକ ଡମ୍ ସମାଜ ସଭାପତି ରଜନୀ କୁମାର ଏବଂ କାର୍ଯ୍ୟକର୍ତ୍ତାମାନେ ନର୍ଲା ଥାନାକୁ ଯାଇ ସେମାନଙ୍କ ଦାବିପତ୍ର ପ୍ରଦାନ କରିଛନ୍ତି। ଯଦି ଦୋଷିମାନଙ୍କୁ ତୁରନ୍ତ ଗିରଫ କରାନଯାଏ ତେବେ ଡମ୍ ସମାଜ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରିବ ବୋଲି ଚେତାବନୀ ଦେଇଛନ୍ତି ସମାଜର କାର୍ଯ୍ୟକର୍ତ୍ତା ଓ ସଦସ୍ୟ ବୃନ୍ଦ।

ଏଠାରେ ସୂଚନାଯୋଗ୍ୟ ଯେ, ଶ୍ରୀଯୁକ୍ତ ନନ୍ଦ ଏକ ଭିଡିଓ ଭାଇରାଲ ଘଟଣା ସମ୍ପର୍କରେ ବୁଝିବାକୁ ଯାଇଥିବା ସମୟରେ ମୁଣ୍ଡାପଲା ଗାଁର ଧନୁର୍ଯ୍ୟ ସାହୁ ତାଙ୍କୁ ଜାତିଆଣ ଆକ୍ଷେପ, ଅଭଦ୍ର ଭାଷାରେ ଗାଳିଗୁଲଜ ଓ ଧକ୍କା ମାରିବାନେଇ ସେ ନର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଏତଲାକୁ ଭିତ୍ତିକରି ଧନୁର୍ଯ୍ୟ ସାହୁ, ଚିନ୍ତାମଣି ନାଏକ ଓ ରଞ୍ଜନ କୁମାର ମହାନ୍ତିଙ୍କ ନାମରେ ନର୍ଲା ଥାନାରେ କେସ ନଂ ୭୭ ଆଇପିସି ୧୮୬୦ ଧାରା ୨୯୪, ୩୪୧, ୩୨୩, ୫୦୬, ୩୪ ସହ ଇନଫରମେସନ ଟେକ୍ନୋଲୋଜି ଆକ୍ଟ ୨୦୦୦ ଧାରା ୬୬ (ଏ) ଏବଂ ଏଟ୍ରୋସିଟିଜ୍ ଆକ୍ଟ ୧୯୮୯ (ଆମାଣ୍ଟମେଣ୍ଟ ୨୦୧୫) ଧାରା ୩(୨) (ଭିଏ)ରେ ଏକ ମାମଲା ରୁଜୁ କରି ମାମଲାର ତଦନ୍ତ କରୁଛି ପୋଲିସ। ଅନ୍ୟପକ୍ଷରେ ଧନୁର୍ଯ୍ୟ ସାହୁ ମଧ୍ୟ ଅଭିରାମ ନନ୍ଦଙ୍କ ବିରୁଦ୍ଧରେ କେସିଙ୍ଗା ଥାନାରେ ଏକ ଏତଲା ଦେଇଥିଲେ ଜଣାପଡିଛି। ଧନୁର୍ଯ୍ୟଙ୍କ ଅଭିଯୋଗ କପୋଳକଳ୍ପିତ ଓ ଭିତ୍ତିହୀନ ବୋଲି ଶ୍ରୀଯୁକ୍ତ ନନ୍ଦ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.