ଲାଲୁ ଯାଦବଙ୍କୁ ମିଳିଲା ଜାମିନ


ପାଟନା/ରାଞ୍ଚି: ରାଷ୍ଟ୍ରୀୟ ଜନତା ଦଳ (ଆର୍.ଜେ.ଡି.) ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ତାଙ୍କୁ ଏକ ଲକ୍ଷ ଟଙ୍କାର ମୁଚଲକା ଏବଂ ୧୦ ଲକ୍ଷ ଟଙ୍କାର ଜୋରିମାନା ଦେବାକୁ ପଡିବ। ବେଲ୍ ବଣ୍ଡ ଦାଖଲ ହେବାପରେ ଦିନେ ଦୁଇଦିନ ଭିତରେ ସେ ମୁକ୍ତ ହେବେ। ହାଇକୋର୍ଟ ଲାଲୁଙ୍କ ପାଇଁ ଦୁଇଟି ସର୍ତ୍ତ ରଖିଛନ୍ତି – ୧. ଜାମିନ ସମୟ ମଧ୍ୟରେ କୋର୍ଟର ଅନୁମତି ବିନା ଦେଶ ବାହାରକୁ ଯାଇ ପାରିବେ ନାହିଁ। ୨. ସେ ନିଜର ମୋବାଇଲ ନମ୍ବର ଓ ଠିକଣା ମଧ୍ୟ ବଦଳାଇବେ ନାହିଁ। ଏଠାରେ ସୂଚନାଯୋଗ୍ୟ ଯେ, ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କୁ ଜେଲ ହୋଇଥିଲା। ତେବେ ବର୍ତ୍ତମାନ ସେ ଜାମିନରେ ଆସିବା ଖବର ପ୍ରଚାରିତ ହେବାପରେ ଆର୍.ଜେ.ଡି. ଶିବିରରେ ଖୁସିର ଲହରୀ ଖେଳିଯାଇଛି। ଏହାସହ ଦେଶର ବିଭିନ୍ନ ପ୍ରାନ୍ତର ଯାଦବ ମହାସଭା/ସଂଗଠନ ପକ୍ଷରୁ ଖୁସି ବ୍ୟକ୍ତ କରୁଥିବା ଦେଖିବାକୁ ମିଳୁଛି।

ପାଟନାରୁ ରାମଜୀ ପ୍ରସାଦ ଯାଦବଙ୍କ ରିପୋର୍ଟ OdiaBarta.in