ନର୍ଲା ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ବିଜୁ ଶ୍ରାଦ୍ଧ ବାର୍ଷିକୀ ଓ ରକ୍ତଦାନ ଶିବିର


କଳାହାଣ୍ଡି: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୪ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ନର୍ଲାରୋଡ ଧର୍ମଶାଳା ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ନର୍ଲା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ଏହି ରକ୍ତଦାନ ଶିବିରକୁ ନର୍ଲା ବିଧାୟକ ଭୂପିନ୍ଦର ସିଂ ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଜୁ ବାବୁଙ୍କ ଫୋଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ତାଙ୍କର ସ୍ମୃତିଚାରଣ କରାଯାଇଥିଲା। ଶିବିରରେ ନର୍ଲା ସରପଞ୍ଚ ଚିରଞ୍ଜିବି ଗୈାଡିଆ, ସମାଜସେବୀ ତଥା ପୂର୍ବତନ ସରପଞ୍ଚ ହମେଶ ଜୈନ, ଶିଳ୍ପପତି ବିମଲ କୁମାର କେଡ଼ିଆଙ୍କ ସମେତ ଅନେକ ରକ୍ତଦାତା ରକ୍ତଦାନ କରିଥିଲେ।

(କ୍ଲିକ୍ କରି ଦେଖନ୍ତୁ ଭିଡିଓ 🖕)

ଏହି ଶିବିରକୁ ନର୍ଲା ଯୁବ ବିଜେଡି ସଭାପତି ହରିଶଙ୍କର ମାଝୀ, ଛାତ୍ର ବିଜେଡି ସଭାପତି ଓମ ପ୍ରକାଶ ପୂଜାରୀଙ୍କ ସମେତ ରୁଦ୍ର ପ୍ରତାପ ସାହୁ, କିଶୋର ମାଝୀ, ପୂର୍ଣଚନ୍ଦ୍ର ପୂଜାରୀ ପ୍ରମୁଖ ପରିଚାଳନା କରିଥିଲେ। ଭବାନୀପାଟଣା ରକ୍ତ ଭଣ୍ଡାରର ଟେକ୍ନିସିଆନ ତେଜରାଜ ଦଣ୍ଡସେନା, କୃଷ୍ଣ ଚନ୍ଦ୍ର ସାହୁ, ସଂଜୀବ ମହାରଣା ଓ ସ୍ବେଛାସେବୀ ଗିରିଶ ନାୟକ ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ।

ନର୍ଲାରୁ ନିରଞ୍ଜନ ଗଉଡଙ୍କ ରିପୋର୍ଟ OdiaBarta.in