ଆଦିବାସୀ ବହୁଳ ଅଞ୍ଚଳ ଗସ୍ତରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ


ଲାଞ୍ଜିଗଡ: ତୃଣମୂଳ ସ୍ତରରେ ଜନତାଙ୍କୁ ସାକ୍ଷାତ କରିବାସହ ଅଞ୍ଚଳର ସମସ୍ୟା ବିଷୟରେ ଅବଗତ ହେଉଛନ୍ତି ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ। ଏହି କ୍ରମରେ ସେ ବିଶ୍ୱନାଥପୁର, ଲାଞ୍ଜିଗଡ, ଡୁମେରମୁଣ୍ଡା, ହାତୀଶାଳ, ବନ୍ଧପାରୀ, ମୁଷାନାଳ, ଲାଞ୍ଜି ଓ ଭଟ୍ଟାଙ୍ଗପଦରଗାାଁ ଲୋକଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହେବାସହ କରୋନା ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ ଶ୍ରୀଯୁକ୍ତ ଦିଶାରୀ।

ଏହାସହ ନୈସର୍ଗିକ ଶୋଭା ସମ୍ଭାରରେ ପରିପୂର୍ଣ୍ଣ ଗଦଗଦା ଜଳପ୍ରପାତ ପରିଦର୍ଶନ କରି ଏହାର ଉନ୍ନୟନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ବିଧାୟକ। ବିଧାୟକଙ୍କ ସହିତ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଇଂ. ଫକୀର ମୋହନ ମାଝୀ, ବିଧାୟକ ପ୍ରତିନିଧି ୠତୁରାଜ ମାଝୀ ଓ ପ୍ରଦୀପ କୁମାର ଘଡେଇ, ବ୍ଲକ ବିଜେଡି ସଭାପତି ଗୋବିନ୍ଦ ପ୍ରଧାନୀ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗଦିଶ ବେନିଆ, ଲାଞ୍ଜି ସରପଞ୍ଚ ବିଷ୍ଣୁଚରଣ ଭୋଇ, ବିଜୁଛାତ୍ର ଜିଲ୍ଲା ସାଧାରଣ ସମ୍ପାଦକ ପରୀକ୍ଷିତ ନାଏକ, ବିଜେଡି ନେତା ଶିବରାମ ପାତ୍ର ପ୍ରମୁଖ ସାମିଲ ହୋଇଥିଲେ ।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ ନିଲେଶ ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in