ଗୋପବନ୍ଧୁ ହାଇସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କଲେ ଲାଞ୍ଜିଗଡ ବିଧାୟକ


ଲାଞ୍ଜିଗଡ: ବିଶ୍ୱନାଥପୁର ସ୍ଥିତ ଗୋପବନ୍ଧୁ ହାଇସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ। ଶନିବାର ଏହି ସ୍କୁଲ ପରିଦର୍ଶନରେ ଅବସରରେ ମାନ୍ୟବର ବିଧାୟକଙ୍କୁ ବିଦ୍ୟାଳୟ ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏନେଇ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ବିଧାୟକ ଶ୍ରୀଯୁକ୍ତ ଦିଶାରୀଙ୍କ ସମେତ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଇଂ. ଫକୀର ମୋହନ ମାଝୀ, ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ବ୍ଲକ ଶିକ୍ଷାଧିକାରୀ ସଞ୍ଜିବ କୁମାର ନାଏକ, ବିଶ୍ୱନାଥପୁର ସରପଞ୍ଚ ପିଙ୍କି ସିରିକାକା, ସ୍କୁଲ ପରିଚାଳନା କମିଟିର ସଭାପତି ଅନନ୍ତ ପ୍ରଧାନୀ, ବିଧାୟକଙ୍କ ପ୍ରତିନିଧି ୠତୁରାଜ ମାଝୀ ଓ ପ୍ରଦୀପ କୁମାର ଘଡେଇ, ବ୍ଲକ ବିଜେଡି ସଭାପତି ଗୋବିନ୍ଦ ପ୍ରଧାନୀ ପ୍ରମୁଖ ମଞ୍ଚାସୀନ ଥିଲେ।

ହାଇସ୍କୁଲର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାକୁ ପୁରାତନ ଛାତ୍ର ସଂସଦର କର୍ମକର୍ତ୍ତା ତରୁଣ କୁମାର ଦାସ, ଧବଳେଶ୍ୱର ଠେଲା, ପ୍ରଣବ କୁମାର ପୃଷ୍ଟି ସମେତ ହାଇସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ପରିଚାଳନା କରିଥିଲେ। ଏଥିରେ ପୁରାତନ ଛାତ୍ର ସଂସଦ, ସ୍କୁଲ ପରିଚାଳନା କମିଟି ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ।

ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in