କଲୋନୀପଡାରେ ଲାଗିଲା ନିଆଁ: ତ୍ୱରିତ ପଦକ୍ଷେପ ନେଲେ ଅଗ୍ନିଶମ ବାହିନୀ

ଲାଞ୍ଜିଗଡ: ଲାଞ୍ଜିଗଡ ସହର କଲୋନୀପଡାରେ ଅକସ୍ମାତ ନିଆଁ ଲାଗିଯିବାରୁ ପଡାବାସୀ ଭୟଭୀତ ହୋଇପଡିଥିଲେ। ପଡାକୁ ଲାଗି ଥିବା ଲଟାବୁଦାରେ କେହି ଅଜଣା ଦୁବୃର୍ତ୍ତ ନିଆଁ ଲଗାଇଦେବାରୁ ଏହା ପଡା ଆଡକୁ ବ୍ୟାପି ଯାଇଥିଲା। ନିଆଁର ପ୍ରଖର ଧାସ ଯୋଗୁଁ ପଡାବାସୀ ନିରୁପାୟ ହୋଇ ପଡିଥିବାବେଳେ ପଡାର ବାବୁଲାଲ ନାଏକ ଓ ଧନିଆଁ ମାଝୀଙ୍କ ଘର ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡିଛି। ତେବେ ପଡାରେ ଥିବା କଦଳୀ ସମେତ ଅନ୍ୟ ପନିପରିବା ଓ ଫଳନ୍ତିଗଛରେ ନିଆଁ ଲାଗିଯିବାରୁ ସେସବୁ ପୋଡିଯାଇଛି। ସେହିପରି ପଡାରେ ଥିବା ଏକ ବିରାଟ ଗଛରେ ନିଆଁ ଲାଗି ଘରଗୁଡିକ ପ୍ରତି ବିପଦ ଆଶଙ୍କା ଦେଖାଦେଇଥିଲା। ଏ ସଂପର୍କରେ ଖବର ପାଇ ଲାଞ୍ଜିଗଡ ଅଗ୍ନିଶମ ବାହିନୀ ପକ୍ଷରୁ ପଡାରେ ପହଞ୍ଚି ନିଆଁକୁ ଆୟତ୍ତ କରାଯାଇଥିଲା। ଯାହାଫଳରେ ଏକ ବଡ ଧରଣର ବିପଦକୁ ଟାଳି ଦିଆଯାଇପାରିଲା ବୋଲି ପଡାବାସିନ୍ଦା ପ୍ରକାଶ କରିଛନ୍ତି। ଲାଞ୍ଜିଗଡ ଅଗ୍ନିଶମ ବାହିନୀର ଇନଚାର୍ଜ ମନୋରଞ୍ଜନ ପାଢୀଙ୍କ ନେତୃତ୍ୱରେ ଆଗ୍ନିକମାନେ ନିଆଁକୁ ଆୟତ୍ତ କରିବା ଅଭିଯାନରେ ସାମିଲ ହୋଇଥିଲେ।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.