କୋଭିଡ୍ ଟିକାକରଣ ଓ ଜନ ସଚେତନତା ନେଇ ବୈଠକ

ଲାଞ୍ଜିଗଡ: ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭା ଗୃହରେ କୋଭିଡ଼ ଟିକା ନେବାକୁ ଲୋକଙ୍କୁ ସଚେତନ କରିବା ସହିତ ଟିକା କରଣଙ୍କୁ ନେଇ ଲୋକଙ୍କ ମନରେ ଥିବା ଭ୍ରାନ୍ତ ଧାରଣା ଦୂର କରିବାକୁ ନେଇ ସଚେତନ କରିବା ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଞ୍ଚଳରେ କୋଭିଡ ଟିକା ନେବା ଲୋକଙ୍କ ସଂଖ୍ୟା ଧୀରେଧୀରେ ହ୍ରାସ ପାଇଥିବା ବେଳେ ଜନସାଧାରଣଙ୍କୁ ଅଧିକ ସଚେତନ କରାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରଯାଇଥିଲା।ବିଶ୍ୱନାଥପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ମେଡ଼ିକାଲ ଅଫିସର ଡାକ୍ତର ଭବାନୀଶଙ୍କର ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜନସ୍ଵାସ୍ଥ୍ୟ ଅଧିକାରୀ ଦିବାକର ପ୍ରଧାନ, ବିପିଏମ୍ ସୁର୍ଜିତ ସିଂ କୁମାର ବାଡା, ଭବାନୀ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu


ବ୍ଲକର ବିଭିନ୍ନ ଏଏନଏମ୍, ଆଶାକର୍ମୀ ତଥା ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ମାନେ ବୈଠକରେ ରହିବା ସହିତ ଲୋକଙ୍କୁ କୋଭିଡ ଟିକା ନେବାକୁ ସଚେତନ କରିବା ଓ ଏକ ଗଣ ସଚେତନତା କାର୍ଯ୍ୟକ୍ରମ ଗ୍ରାମାଞ୍ଚଳରେ ଆରମ୍ଭ କରିବା ଉପରେ ଆଲୋକପାତ କରାଯାଇଥିଲା। ଲୋକେ କେମିତି ଟିକା କରଣ କେନ୍ଦ୍ର ଗୁଡିକରେ ଯାଇ କୋଭିଡ ଟିକା ନେବେ ଓ ଟିକା ପ୍ରତି ଥିବା ଲୋକଙ୍କ ମନର ଭ୍ରାନ୍ତ ଧାରଣା ଦୂର କରିବାକୁ ଏଏନଏମ୍, ଆଶାକର୍ମୀ ତଥା ମହିଳା ଓ ପୁରୁଷ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ପରାମର୍ଶ ଦିଆଯାଇଥିଲା।

Pearl dental clinic
Near Ashish Medical Store, Bhawanipatna

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.