ଆମ ଜଙ୍ଗଲ ଯୋଜନା ଓ କୋଭିଡ଼ ସଚେତନତା କାର୍ଯ୍ୟକ୍ରମ

କଳାହାଣ୍ଡି, (ହେମନ୍ତ ସାହୁ): ମ.ରାମପୁର ରେଂଜ କାର୍ଯ୍ୟାଳୟ ଠାରେ ଆମ ଜଙ୍ଗଲ ଯୋଜନା ଓ କୋଭିଡ଼ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି। ରେଂଜ ଅଧିକାରୀ ଅସିତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବନକର୍ମଚାରୀ ମାନଙ୍କୁ ଆମ ଜଙ୍ଗଲ ଯୋଜନା ସଂପର୍କରେ ସଚେତନ କରାଯିବା ସହିତ ବିଶ୍ୱମହାମାରୀ କରୋନାର ଦ୍ୱିତୀୟ ଲହର ଖୁବ ଭୟଙ୍କର ଭାବରେ ମାଡ଼ି ଆସୁଛି, ତେଣୁ ଆମକୁ ପୂର୍ଣ୍ଣ ମାତ୍ରାରେ ସଚେତନ ରହିବାକୁ ପଡ଼ିବ, ନିଜ ନିଜ ଭିତରେ ସାମାଜିକ ଦୂରତା ସହିତ ନିୟମିତ ମାସ୍କ ପରିଧାନ, ହାତ ସଫା ସହିତ ପରିବେଶ ସଫା ଏବଂ ଗହଳିଠାରୁ ଦୂରରେ ରହିବାକୁ ସମସ୍ତଙ୍କୁ ପରାମର୍ଶ ଦେବା ସହିତ ନିଜେ ନିଜେ ସଚେତନ ହେଇ ରହିବାର ବେଳ ଆସିଛି ବୋଲି କହିଥିଲେ। ଏଥିରେ ମ.ରାମପୁର ବନପାଳ ରମେଶ ଚନ୍ଦ୍ର ବାଗ, ଆମଜଙ୍ଗଲ ଯୋଜନାର ଦଳପତି ପ୍ରଦୀପ କୁମାର ସାହୁ ପ୍ରମୁଖ ବକ୍ତବ୍ୟ ରଖିଥିବାବେଳେ ଅନ୍ୟମାନେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.