ସ୍ବର୍ଗଦ୍ବାରରେ ଶବଦାହ ପାଇଁ ଲାଗିଲା କଟକଣା

ପୁରୀ: କରୋନାର କରାଳ ଛାୟାରେ ସାରା ରାଜ୍ୟ କବଳିତ ହୋଇ ପଡିଥିବାବେଳେ ପୁରୀବାସୀଙ୍କ ସୁରକ୍ଷା ପାଇଁ ଏକ ବଡ ପଦକ୍ଷେପ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ। ପୁରୀ ସ୍ବର୍ଗଦ୍ବାରରେ ଶବଦାହ ପାଇଁ ଲାଗିଛି କଟକଣା। ଆସନ୍ତା କାଲିଠାରୁ ବାହାର ଜିଲ୍ଲାର ଲୋକମାନଙ୍କ ପାଇଁ ସ୍ବର୍ଗଦ୍ବାରରେ ଶବଦାହ ବାରଣ କରାଯାଇଛି। ଏଠାରେ ଶବସତ୍କାର କରିବା ପାଇଁ ପୁରୀ ଜିଲାବାସୀଙ୍କୁ ନେଗେଟିଭ୍‌ ରିପୋର୍ଟ ଦାଖଲ ପାଇଁ ବାଧ୍ୟତାମୂଳକ କରାଯାଇଛି, ଅନ୍ୟଥା ସେମାନଙ୍କୁ ମଧ୍ୟ ଶବଶତ୍କାର ପାଇଁ ଅନୁମତି ମିଳିବ ନାହିଁ। ଆସନ୍ତାକାଲିଠାରୁ ପୁରୀ ସ୍ବର୍ଗଦ୍ବାରରେ ଶବଦାହ ଉପରେ କଟକଣା ଲାଗୁ ହେବ। ସେହିପରି ଭାବେ ଅସ୍ଥି ବିସର୍ଜନ ଓ ଶ୍ରାଦ୍ଧ ଆଦି କାର୍ଯ୍ୟରେ ମଧ୍ୟ ରୋକ ଲଗିଛି। ଏଣିକି ପରବର୍ତ୍ତି ନିର୍ଦେଶନାମା ଲାଗୁ କରା ନ ଯିବା ପର୍ଯ୍ୟନ୍ତ ଜିଲା ବାହାର ଲୋକେ ପୁରୀରେ ଅସ୍ଥି ବିସର୍ଜନ କିମ୍ବା ଶ୍ରାଦ୍ଧ କାର୍ଯ୍ୟ କରିପାରିବେ ନାହିଁ। କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜିଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.